ଏକ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଲେ

0 94

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରେ ଲକ୍‌ଡାଉନ୍ ଯୋଗୁଁ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ନେବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ୍ ଇତିମଧ୍ୟରେ ଚଳାଚଳ ଆରମ୍ଭ କରିଛି ଏବଂ ଶ୍ରମିକମାନେ ନିଜ ରାଜ୍ୟକୁ ଫେରୁଛନ୍ତି ମଧ୍ୟ । ଏହି ବ୍ୟବସ୍ଥା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଛନ୍ତି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ସେମାନେ ୧୧୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ବିଭିନ୍ନ ଅଞ୍ଚଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି । ସେମାନେ ନିଜ ରାଜ୍ୟକୁ ଫେରିବା ପାଇଁ ନିର୍ଦ୍ଦିଷ୍ଟ ପୋର୍ଟାଲରେ ନାମ ପଞ୍ଜୀକରଣ କରୁଛନ୍ତି । ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ସେମାନଙ୍କର ପରୀକ୍ଷା କରାଯାଉଛି ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ମଧ୍ୟ ପରୀକ୍ଷା କରାଯାଇ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କୁ ରଖାଯାଉଛି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଡ଼ିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟଗୁଡ଼ିକରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧଲକ୍ଷର ନିକଟବର୍ତ୍ତୀ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬୦୦ ଅତିକ୍ରମ କରିସାରିଲାଣି । ତେବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍ ଅବଧିକୁ ମଇ ମାସ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 + eleven =