ବେଲଗାମ କରୋନା : ଦେଶରେ ୫୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

0 125

ନୂଆଦିଲ୍ଲୀ : ଭାରତରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୬୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୮୯ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୫୨୯୫୨ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ଏହି ବିଶ୍ୱ ମହାମାରୀ କରୋନାରେ ଦେଶରେ ୧୭୮୩ ଲୋକଙ୍କ ଜୀବନ ଯାଇଛି । ଦେଶରେ ମୋଟ ୫୨୯୫୨ ମାମଲା ମଧ୍ୟରେ ୩୫୯୦୨ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୫୨୬୬ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏ ପର୍ଯ୍ୟନ୍ତ କରୋନା ଭାଇରସରେ ମହାରାଷ୍ଟ୍ରରେ ୬୫୧ଜଣ ମୃତ୍ୟୁବରଣ କରିସାରିଲେଣି । ଏଠାରେ ପୀଡିତଙ୍କ ସଂଖ୍ୟା ୨୦୫୦୩ରେ ପହଞ୍ଚିଲାଣି । ସେହିପରି ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଗୁଜରାଟରେ ମଧ୍ୟ କରୋନା ବେଲଗାମ ହୋଇଛି ।

hiranchal ad1
Leave A Reply

Your email address will not be published.

1 × 3 =