ଆଜିବି ବଞ୍ଚିଛି ମାନବିକତା: ରୋଗୀଙ୍କୁ ଫେରାଇଲେ ଟଙ୍କା ଓ ଜରୁରୀ କାଗଜପତ୍ର

0 75

ଫୁଲବାଣୀ,୧୯/୨:- ମାନବିକତା ଦେଖାଇଛନ୍ତି ରୋଗୀବୁହା ଯାନର କର୍ମଚାରୀ । ଭଲ ହୋଇ ଘରକୁ ଫେରିଯାଇଥିବା ଜଣେ ବ୍ୟକ୍ତିଙ୍କୁ କର୍ମଚାରୀମାନେ ୬ ହଜାର ଟଙ୍କା ସହିତ ଘରର ସମସ୍ତ କାଗଜପତ୍ର ଓ ଅନ୍ୟ କେତେକ ସାମଗ୍ରୀ ଫେରାଇଛନ୍ତି । ଶୁକ୍ରବାର ଫୁଲବାଣୀ ଡାକ୍ତରଖାନା ପରିସରରେ କର୍ମଚାରୀମାନେ ଟଙ୍କା ସହିତ ଉକ୍ତ ଜିନିଷ ଫେରାଇଥିଲେ । ବୁଧବାର କନ୍ଧମାଳ ଜିଲ୍ଲା ବଲସକୁମ୍ପା ପଞ୍ଚାୟତ ଅନ୍ତର୍ଗତ ନୂଆସାହିର ଦେବାର୍ଜନା କୁଦେଇ ଫୁଲବାଣୀ ଆସି ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଗ୍ରାମକୁ ହାଟପଦା ରାସ୍ତାରେ ଯାଉଥିବାବେଳେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ସେଠାରେ ଥିବା କିଛି ବ୍ୟକ୍ତି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କର୍ମଚାରୀ ତାଙ୍କୁ ଉଦ୍ଧାରକରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେହି ସମୟରେ ଦେବାର୍ଜନାଙ୍କର ଚେତା ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପଡ଼ିଥିବା ଜିନିଷପତ୍ର ସେଠାରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା କନ୍ଧମାଳ ଜିଲା ମୁଖ୍ୟ ସୁନିଲ୍‌ କୁମାର ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ଗୁରୁବାର ଦେବାର୍ଜନା ସୁସ୍ଥ ହୋଇ ନିଜ ଘରକୁ ଫେରିଯାଇଥିଲେ ।

hiring

ତେବେ ଉକ୍ତ ଆମ୍ବୁଲାନ୍ସର କର୍ମଚାରୀମାନେ ଆଜି ଫୁଲବାଣୀ ଫେରିବା ପରେ ଦେବାର୍ଜନାଙ୍କୁ ତାଙ୍କର ବ୍ୟାଗ୍‌ ଫେରାଇବା ପାଇଁ ଖୋଜିଥିଲେ । ତେବେ ବ୍ୟାଗରେ ଟଙ୍କା ସହିତ ଜରୁରୀ କାଗଜପତ୍ର ରହିଥିବା ଜାଣିବା ପରେ ଦେବାର୍ଜନଙ୍କୁ ଡକାଇ ସେସବୁକୁ ଗାଡ଼ିଚାଳକ ନୀଳମାଧବ ସାହୁ , ହେଲପର ଅର୍ଜୁନ ଜାନୀ ଓ ଫାର୍ମାସିଷ୍ଟ ଭବାନୀ ଶଙ୍କର ମହାକୁଡ଼ ପ୍ରମୁଖ ଫେରାଇଥିଲେ ।

hiranchal ad1
Leave A Reply

Your email address will not be published.

eighteen − 10 =