କୋଟଗଡ଼ରେ ୮୨% ଭୋଟ

0 90

ଫୁଲବାଣୀ/ବାଲିଗୁଡା,୧୯/୨: କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ମାଓ ସମସ୍ୟା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ବ୍ଲକରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋଟଗଡ ବ୍ଲକରେ ୮୨.୬୯ ଶତକଡା ମତଦାନ ସାବ୍ୟସ୍ତ ହୋଇଛି । କୋଟଗଡ ଓ ତୁମୁଡିବନ୍ଧ ବ୍ଲକରେ ଏକାଧିକ ବୁଥକୁ ଜିଲ୍ଲାପାଳ ବୃନ୍ଦା ଡି, ଓ ଜିଲା ଆରକ୍ଷୀ ଅଧିକାରୀ ବିନିତ୍‌ ଅଗ୍ରୱାଲ, ଉପଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁଣ୍ଡାଲା ରେଡ୍ଡୀ ରାଘେବେନ୍ଦ୍ର ବୁଲି ସ୍ଥିତି ପରଖିଗଲେ । କୋଟଗଡ ବ୍ଲକରେ ୩୨ ହଜାର ୨୪ ଜଣ ଭୋଟରଙ୍କ ପାଇଁ ୧୮୨ଟି ବୁଥ ହୋଇଥିଲା । ସମୁଦାୟ ୨୬ହଜାର ୪୮୧ ଜଣ ଭୋଟର ମତସାବ୍ୟସ୍ତ କରିଛନ୍ତି । ସେଥିରୁ ପୁରୁଷ ଭୋଟର ୧୨ହଜାର ୯୪୦ ଓ ମହିଳା ଭୋଟର ୧୩ହଜାର ୪୫୧ ଜଣ ମତସାବ୍ୟସ୍ତ କରିଛନ୍ତି । ୧୯୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ବନ୍ଦ ରହିଛି । କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସଚନ୍ଦ୍ର ମୁର୍ମୁ , ଜିପିଇଓ ସୁଶାନ୍ତ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

six + 15 =