ବୁଥକୁ ଗଲେ ପୁଲିଂ କର୍ମଚାରୀ

0 128

ଦଶପଲ୍ଲା,୨୧/୨: – ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି । ଆସନ୍ତା ୨୨ ତାରିଖରେ ଗଣିଆ ବ୍ଲକରେ ମତଦାନ ହେବ । ବ୍ଲକର ୧୧୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ୩୧୫୫୯ ଭୋଟର ମତଦାନ କରିବେ । ରବିବାର ପୁଲିଂ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବାଲାଟ୍‌ ବାକ୍ସ ସହିତ ଆବଶ୍ୟକୀୟ ସରଞ୍ଜାମ ଧରି ନିଜ ନିଜର ବୁଥ୍‌କୁ ଯାଇଥିଲେ । ବ୍ଲକର ସବୁଠାରୁ ଉତ୍ତେଜନାପୂର୍ଣ୍ଣ ପଞ୍ଚାୟତ ବଡସିଲିଙ୍ଗା ଗଣିଆଠାରୁ ୫୦ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଆଦିବାସୀ ଇଲାକାର କର୍ମଚାରୀଙ୍କୁ ପ୍ରଥମେ ଛାଡି ଦିଆଯାଇଥିଲା । ସନ୍ଧ୍ୟାପର୍ଯ୍ୟନ୍ତ କର୍ମଚାରୀମାନେ ବ୍ଲକ ପରିସରରେ ଅପେକ୍ଷା କରିରହିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =