ଦଶପଲ୍ଲାରୁ ବଲାଙ୍ଗୀର ଚାଲିଚାଲି ଯାଉଛନ୍ତି ଶ୍ରମିକ ପରିବାର

0 757

ବୌଦ୍ଧ:ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳକୁ କାମଧନ୍ଦା କରିବାକୁ ଯାଇ ଲକଡାଉନରେ ଫସିଥିବା ବଲାଙ୍ଗୀର ଅଞ୍ଚଳର ଦାଦନ ଶ୍ରମିକ ପରିବାର ଚାଲିଚାଲି ଘର ଅଭିମୁଖେ ଯାଉଛନ୍ତି । ଆଜି ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଚାଲିଚାଲି ଯାଉଥିବା ଦୃଶ୍ୟ ବାଉଁଶୁଣୀ କଲେଜପାଖ ପୋଲ ନିକଟରେ ଦେଖିବାକୁ ମିଳିଥିଲା । ସେମାନଙ୍କ ସହିତ ଛୋଟଛୋଟ ପିଲାମାନେ ମଧ୍ୟ ଚାଲିଚାଲି ଯାଉଛନ୍ତି ।
ଗତକାଲି ନିଜେ ଗାଡି ଚଳାଇ ଡ୍ରାଇଭର ସାଜି ସୋହେଲା ନିକଟରୁ କିଛି ଶ୍ରମିକଙ୍କୁ ଆଣି ମନ୍ତ୍ରୀ ସୁଶାନ୍ତ ସିଂ ବୌଦ୍ଧରେ ଛାଡିବା ଘଟଣାର ଚର୍ଚ୍ଚା ସରିନଥିବାବେଳେ ଆଜିର ଏ ଦୃଶ୍ୟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି । ଲଘୁଚାପ ବର୍ଷାରେ ଭିଜିଭିଜି ଛୋଟପିଲାଙ୍କୁ ପାଦରେ ଚଲାଇ ଚଲାଇ ବଲାଙ୍ଗୀର ଫେରୁଥିବା ଏ ପରିବାର ଉପରେ କେମିତି ପ୍ରଶାସନର ଦୃଷ୍ଟି ପଡିପାରିଲା ନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରୁଛି । ଶ୍ରମିକମାନଙ୍କୁ ସବୁପ୍ରକାର ସୁବିଧା କରାଯାଉଛି ବୋଲି ସରକାର ଓ ପ୍ରଶାସନ ଯାହା କହି ଆସୁଛନ୍ତି ତାହା କେବଳ ପ୍ରଚାରଧର୍ମୀ ହୋଇଥାଇପାରେ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

7 + nineteen =