ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ଚେତାବନୀ

0 75

ଫୁଲବାଣୀ,୨୧/୨- ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟ୍ଟାଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି । ୩୦ବର୍ଷରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବାକୁ ସରକାରୀ ନିୟମ ରହିଛି । ହେଲେ ଘରୋଇ ପଟ୍ଟାଜମି ଅଭାବରୁ ୫୦/୬୦ବର୍ଷରୁ ଅଧିକ ସମୟ ଧରି ଅନାବାଦୀ ଜମିରେ ଘରକରି ଆସୁଥିବାବେଳେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ଗଞ୍ଜାମ ଭଳି ଅନ୍ୟ ଜିଲାରେ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିବାବେଳେ, କନ୍ଧମାଳ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରି ପଟ୍ଟାପ୍ରଦାନ ପାଇଁ ପଦକ୍ଷେପ ନିଆଯାଉନାହିଁ । ଜିଲ୍ଲାର ଜନପ୍ରତିନିଧି ମାନଙ୍କ ଇଛାଶକ୍ତିର ଅଭାବ ଏବଂ ଆମ ଜନସାଧାରଣଙ୍କ ନିରବତା ଓ ନିଷ୍କ୍ରିୟତା ଯୋଗୁଁ ଆମର ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯାଇପାରୁନାହିଁ । ତେଣୁ ଆଉ କେତେ ଦିନ ଆଶା ଓ ଆଶଙ୍କାରେ ଚୁପ ହୋଇ ବସିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଫେବୃଆରୀ ୨୨ତାରିଖ ଦିନ ୧୦ଟା ସମୟରେ ସହରର ମୌଳିକ ଆବଶ୍ୟକତା ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରି ଆଗାମୀ ପୌର ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − one =