ହଟିଲା ଜଗାଦର୍ଶନ କଟକଣା

0 75

ପୁରୀ,୨୧/୨- ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ । ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗାଦର୍ଶନ ପାଇଁ ଉଭୟ କୋଭିଡ୍‌ ଆରଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଟି ଡୋଜ୍‌ ନେଇଥିବା ଟିକାର ପ୍ରମାଣପତ୍ର ଆଉ ଦେଖାଇବାକୁ ପଡିବ ନାହିଁ । ଏଣିକି ଭକ୍ତ ଶ୍ରଦ୍ଧାଳୁମାନେ ବିନା କୌଣସି ଦ୍ୱିଧାରେ ଶ୍ରୀମନ୍ଦିର ଯାଇପାରିବେ । କିନ୍ତୁ ପୂର୍ବ ନିଷ୍ପତ୍ତିି ମୁତାବକ ପୁରୀବାସୀମାନେ ପଶ୍ଚିମଦ୍ୱାରା ପଟେ ଓ ଅନ୍ୟ ସମସ୍ତ ଭକ୍ତ ଯେଉଁମାନେ ଦୂରଦୂରାନ୍ତରୁ ଆସୁଛନ୍ତି ସେମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ । ପ୍ରତ୍ୟେକ ରବିବାର ମଧ୍ୟ ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ । ତେବେ ପୂର୍ବରୁ କୋଭିଡ୍‌ କଟକଣା ମୁତାବକ ଚାରିଦିନ ଭିତରର ଆରଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଟି ଡୋଜ୍‌ ନେଇଥିବା ଟିକାର ପ୍ରମାଣପତ୍ର ସହ ପରିଚୟପତ୍ରର ଆବଶ୍ୟକ ପଡୁଥିଲା । ଭକ୍ତ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନରେ ଠିଆ ହୋଇ କିଓସ୍କୋରେ ନିଜର ଫଟୋଗ୍ରାଫି କରି ଶ୍ରୀମନ୍ଦିର ଯାଉଥିଲେ । କିନ୍ତୁ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରୁ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେପଟେ ଭକ୍ତ ଶ୍ରଦ୍ଧାଳୁଙ୍କୁ ମୁହଁରେ ମାସ୍କ ପରିଧାନ କରିବାସହ କିଓସ୍କୋରେ ହାତ ସାନିଟାଇଜ୍‌ କରି ଓ ସାମାଜିକ ଦୂରତା ରକ୍ଷା କରି ଶ୍ରୀମନ୍ଦିର ଯିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 2 =