ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ ଏବଂ ଆତଙ୍କିତ, ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀ କୁ ସଫା ସୁତୁରା ରଖିବାରେ ସଫେଇ କର୍ମଚାରୀ ,କରୋନା ଯୋଦ୍ଧାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଆଜି ସାମାଜିକ ସଂଗଠନ ସମର୍ପିତ ଓଡ଼ିଶା ତରଫରୁ ପଳାଶୁଣି ଦୁର୍ଗାମଣ୍ଡପ ନିକଟରେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା ଏବଂ ସୁରକ୍ଷା ଉପକରଣ ଯଥା- ସାବୁନ ,ମାସ୍କ ,ଗ୍ଲୋବସ୍ ସହ କିଛି ଶୁଖିଲା ଖାଦ୍ୟ ବିତରଣ କରଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବି ଏମ ସି ଜାଗୃତି ର ପ୍ରକଳ୍ପ ସଂଯୋଜକ ସୁଧାକର ଆଚାର୍ଯ୍ୟ ଙ୍କ ସମେତ ସୁପର ଭାଇଜର ଲିଙ୍ଗରାଜ ବଳିୟାର ସିଂ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ରେ ସମର୍ପିତ ର ସମ୍ପାଦକ ବିସ୍ମୟ ରାଉତ, ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ପାଦକ ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ, ସାର୍ଥକ ପରିଡା, ସଦସ୍ୟ ଗଣେଶ ପରିଡା,ସର୍ବେଶ୍ୱର ସାହୁ, ରାକେଶ ପରିଡା,ସୌମେନ୍ଦ୍ର ଲେଙ୍କା, ବିଶ୍ୱଜିତ ଲେଙ୍କାସନ୍ତୋଷ ପ୍ରଧାନ, ବିଶ୍ୱଜିତ ପ୍ରଧାନ ଉପସ୍ଥିତ ଥିଲେ।ସମର୍ପିତ ପ୍ରତିଷ୍ଠାତା ସଦାଶିବ ଜେନା ସମସ୍ତ ସଫେଇ କର୍ମଚାରୀ ଙ୍କୁ ସେମାନଙ୍କର ନିରନ୍ତର ସେବା କାର୍ଯ୍ୟ ପାଇଁ କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମର୍ପିତ ର ଉପସ୍ଥିତ ସମସ୍ତ ସଦସ୍ୟ ମାନେ କରତାଳି ଦେଇ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post