ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ : ହାତ ଭିତରେ ରହିଗଲା ସାଲାଇନ୍ ଛୁଞ୍ଚି

0 422

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଅଭିଯୋଗ । ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରସୂତୀ ମହିଳାଙ୍କ ସ୍ବାମୀ । ସୂଚନା ପ୍ରକାରେ ଗତ ୫ତାରିଖ ଦିନ ଦାରିଙ୍ଗିବାଡ଼ି ନିଳକନ୍ଦର ସାହିର ସରୋଜ କୁମାର ସାହୁଙ୍କ ସ୍ତ୍ରୀ-ଜଗେଶ୍ବିନିଙ୍କୁ ପ୍ରସବ ଯନ୍ତ୍ରଣା ହେବାଯୋଗୁଁ ସରୋଜ ତାଙ୍କ ସ୍ତ୍ରୀ ଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ଭଲରେ ଭଲରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ ଜଗେଶ୍ବିନି । କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁଁ ସାଲାଇନ୍ ବାହାର କଲାବେଳେ ଜଗେଶ୍ବିନିଙ୍କ ହାତରେ ସାଲାଇନ୍ ଛୁଞ୍ଚି ରହିଯାଇଛି । ଯନ୍ତ୍ରଣା ରେ ଛଟପଟ ଦେଖି ସ୍ବାମୀ ଡାକ୍ତରଙ୍କୁ ଅଭିଯୋଗ କରିବାପରେ ଏଠାରେ ଏହାର ଚିକିତ୍ସା କରାଯାଇପାରିବ ନାହିଁ । ତୁମେ ତୁମ ସ୍ତ୍ରୀ ଙ୍କୁ ନେଇ ଫୁଲବାଣୀ ଚାଲିଯାଅ କହି ସ୍ଥାନାନ୍ତର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ସରୋଜ । ବିଶ୍ବସ୍ତ ସୂତ୍ରରୁ ସୂଚନା କି ଏଭଳି ଘଟଣା ଏଠାରେ ପ୍ରଥମ ନୁହେଁ । ପୂର୍ବରୁ ଅନେକଥର ଏଭଳି ଘଟଣା ଘଟିଛି । କିନ୍ତୁ କାହା ହାତରୁ ଛୁଞ୍ଚି ସେମିତି ବାହାରିଛି ତୁ ଅନେକଙ୍କ ଅପରେସନରେ କରି ଛୁଞ୍ଚି ବାହାର କରାଯାଇଛି । ଘଟଣା ସମ୍ପର୍କରେ ବାଲିଗୁଡ଼ା ମେଡିକାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଉପରିସ୍ଥ ଅଧିକାରୀଙ୍କ କିଭଳି ଦୃଷ୍ଟି ପଡ଼ୁନାହିଁ । ଚିକିତ୍ସାରେ ଅବହେଳା ଯୋଗୁଁ ଅନେକ ନିରିହ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଏନେଇ କନ୍ଧମାଳ ଜିଲ୍ଲା ଚିକିତ୍ସା ଅଧିକାରୀ ।

hiring


ଡ.ରାସେଶ୍ୱରୀ ପଟ୍ଟନାୟକଙ୍କୁ ପଚାରିବାରୁ ଡାକ୍ତରଖାନାର ସମସ୍ତ ଔଷଧ ପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ସରକାର ପଠାଉଛନ୍ତି । ବାହାରର କୌଣଶି ସାମଗ୍ରୀ ଆମେ ବ୍ୟବହାର କରୁନାହୁଁ । ଛୁଞ୍ଚି ରେ ସମସ୍ୟା ରହିଛି । ଏମିତି ଘଟଣା ଆମ ନଜରକୁ ଆଉ କିଛି ମଧ୍ୟ ଆସିଛି । ଏନେଇ ଆମେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ । ପ୍ରକାଶ ଥାଉକି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ଉପଖଣ୍ଡ ତଥା ପଡ଼ୋଶୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି ହେଲେ ଚିକିତ୍ସାଳୟରେ ଆବଶ୍ୟକ ପରିମାଣର ଡାକ୍ତର ନାଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି । ସୂଚନା ପ୍ରକାରେ ୨୫ ଜଣ ଡାକ୍ତର ରହିବା ଜାଗାରେ ବର୍ତ୍ତମାନ ପରିସ୍ଥିତିରେ ମାତ୍ର ଚାରି,ପାଞ୍ଚଜଣ ଡାକ୍ତରଙ୍କ ଦ୍ବାରା ଉପଖଣ୍ଡ ଚିକିତ୍ସାଳୟ ଚାଲିଛି । ଟିକେ କିଛି ହେଲେ ରୋଗୀଙ୍କୁ, ଫୁଲବାଣୀ, ବ୍ରହ୍ମପୁର ଆଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଫଳରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ହଜାର ହଜାର ରୋଗୀ ଉପଯୁକ୍ତ ଚିକିତ୍ସା ତ ପାଉନାହାନ୍ତି ପୁଣି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇ ଖର୍ଚ୍ଚାନ୍ତ ହେବାସହ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

10 + 20 =