ରବି ଫସଲ ପଞ୍ଜିକରଣ ସମୟସୀମା ଜୁଲାଇ ୩୦କୁ ବୃଦ୍ଧି

0 163

ଭୁବନେଶ୍ୱର : ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି । ଏଥି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣର ସମୟସୀମାକୁ ଜୁଲାଇ ୩୦କୁ ବୃଦ୍ଧି କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଥିବା ବେଳେ ଚାଷୀମାନଙ୍କ ନାମ ପଞ୍ଜିକରଣକୁ ସୁଗମ କରିବା ପାଇଁ ସମୟସୀମା ମଇ ୭ ତାରିଖରୁ ଜୁଲାଇ ୩୦କୁ ବୃଦ୍ଧି କରାଯାଇଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଦ୍ୟ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ପ୍ରକତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜିକରଣ କରାଯିବ । ଚାଷୀ ଚିହ୍ନଟ ପଞ୍ଜିକରଣ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ତଥା ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠା, ଚାଷ ଜମିର ଦଲିଲ ଏବଂ ଜମି ପରିମାଣର କାଗଜପତ୍ର ଆବଶ୍ୟକ । ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜିକରଣ ପାଇଁ ସମବାୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସେ କହିଛନ୍ତି ପଞ୍ଜିକରଣ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି କୋଭିଡ-୧୯ ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ ପାଇଁ ଅଧିକାରୀମାନେ ଦୃଷ୍ଟି ଦେବେ ।

hiranchal ad1
Leave A Reply

Your email address will not be published.

20 − 10 =