କ୍ୱାରେଣ୍ଟାଇନ ଅବଧି ବଢ଼ାଇପାରନ୍ତି ରାଜ୍ୟ ସରକାର

0 79

ଭୁବନେଶ୍ୱର : ପ୍ରବାସୀ ଓଡିଆମାନଙ୍କ ଆଗମନ ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ପଜିଟିଭ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଥିବା ବେଳେ ୧୪ ଦିନର କ୍ୱାରେଣ୍ଟାଇନ ଯଥେଷ୍ଟ ନୁହେଁ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ ଶ୍ରୀନାଥ ରେଡ୍ଡୀ ଆଜି କହିଛନ୍ତି । ସେ କହିଛନ୍ତି କ୍ୱାରେଣ୍ଟାଇନ ଅବଧିକୁ ୧୪ଦିନରୁ ୨୧ଦିନକୁ ବୃଦ୍ଧି କରାଯିବା ଦରକାର । ଶ୍ରୀ ରେଡ୍ଡିଙ୍କର ଭିଡିଓ କନଫରେନସିଂରେ ଆଜି ନିଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳିର ସଦସ୍ୟ ଭିଡିଓ କନଫରେସିଂରେ ଯୋଗ ଦେଇଥିଲେ । ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ପର୍ଯ୍ୟୟକ୍ରମେ ଓଡିଶା ଅଣାଯିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବ ଓ ୧୪ ଦିନିଆ କ୍ୱାରେଣ୍ଟାଇନ ସେଣ୍ଟରର ଅବଧି ବୃଦ୍ଧି ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ବୃଦ୍ଧି ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ହୋମ କ୍ୱାରେଣ୍ଟାଇନକୁ ବାରଣ କରାଯିବା ସହିତ ସରକାରୀ କ୍ୱାରେଣ୍ଟାଇନରେ ସମସ୍ତ ପ୍ରବାସୀଙ୍କୁ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସରକାର ସ୍ୱାସ୍ଥ୍ୟ ପରାମର୍ଶଦାତା ଶ୍ରୀ ରେଡ୍ଡିଙ୍କ ପରାମର୍ଶକୁ ଗୁରୁତର ସହିତ ଗ୍ରହଣ କରିବା ଆବଶ୍ୟକ ମନେ କରି ସ୍ୱାସ୍ଥ୍ୟ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight − 5 =