ପୁରୀରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

0 109

ଭୁବନେଶ୍ୱର: ଲକ୍‌ଡାଉନ୍‌-୩ର ଗାଇଡ୍‌ଲାଇନ୍ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସବୁଜ ସଂକେତ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜିଠାରୁ ଶ୍ରୀକ୍ଷେତ୍ର ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାରଣା ସେବକମାନେ ପ୍ରଥମେ ରଥ ତୁମ୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ବଳୱନ୍ତ ସିଂ ଓ ତିନି ରଥର ମହାରଣାଙ୍କ ମଧ୍ୟରେ ଆଲୋଚନା ଅନୁଯାୟୀ ଆଜି ପୂର୍ବାହ୍ନ ୮ଘଣ୍ଟାରେ ରଥ ନିର୍ମାଣ ପାଇଁ ପ୍ରଥମ ଚୋଟ ପଡ଼ିଥିଲା । ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା, ତାଳଧ୍ୱଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ମନ୍ଦିର ପରିଚାଳନା କମିଟିର ଦୁଇ ସଦସ୍ୟ ରଥ ଖଳାକୁ ଆସି ଅସନ ଓ ଧୌରା କାଠଗୁଡ଼ିକ ମଧ୍ୟରୁ ତୁମ୍ବ ପାଇଁ କାଠ ବାଛି ଚିହ୍ନଟ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆସନ୍ତା ଚନ୍ଦନ ଯାତ୍ରା ତଥା ଭଉଁରୀ ଦିନ ରଥ ଚକା ଡେରା ପାଇଁ ଉଦ୍ୟମ ହେବ । ଏଥିପାଇଁ ପ୍ରତିଦିନ ସକାଳ ଆଠଟାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ମଧ୍ୟାନ୍ତରରେ ଏକ ଘଣ୍ଟା ବିରତୀ ସହିତ ରାତ୍ର ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିବ ।

hiranchal ad1
Leave A Reply

Your email address will not be published.

10 − 7 =