ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଚମକିଲେ ପନ୍ତ,ବିହାରୀ

0 44

ମୋହାଲି,୪/୩ : ଆଜିଠୁ ଏଠାରେ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଆଉ ମ୍ୟାଚର ଆଜି ପ୍ରଥମ ଦିବସରେ ଭାରତୀୟ ବ୍ୟାଟରମାନେ ଚମକିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଭାରତ । ଭାରତୀୟ ଦଳ ବ୍ୟାଟସମ୍ୟାନଙ୍କ ସାମୂହିକ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୭ ରନ କରିଛି । ରବୀନ୍ଦ୍ର ଜାଡେଜା ୪୫ ଏବଂ ରବିଚନ୍ଦ୍ରନ ଅଶ୍ୱିନ ୧୧ ରନ କରି ଅପରାଜିତ ଅଛନ୍ତି । ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୯୬ ରନ କରିଛନ୍ତି । ହନୁମା ବିହାରୀ ୫୮ ରନର ଇନିଂସ ଖେଳିଥିବା ବେଳେ ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ୪୫ ରନ କରିଛନ୍ତି । ହାତରେ ଆହୁରି ୪ ୱିକେଟ୍‌ ଥିବା ବେଳେ ବଡ ସ୍କୋର କରିବା ଦିଗରେ ଅଗ୍ରସର ହେଉଛି ଭାରତ । ଶ୍ରୀଲଙ୍କା ପକ୍ଷରୁ ଲସିଥ ଏମ୍ବୁଲଦେନିଆ ସର୍ବାଧିକ ୨ଟି ୱିକେଟ୍‌ ନେଇଛନ୍ତି । ମୟଙ୍କ ଅଗ୍ରୱାଲ୍‌ ୪୯ ବଲ୍‌ ଖେଳି ୩୩ ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ ଶର୍ମା ୩୨ ରନ୍‌ ସଂଗ୍ରହ କରି କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ । ଟସ୍‌ ଜିଣିବା ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

hiranchal ad1
Leave A Reply

Your email address will not be published.

one × 4 =