ଭୁବନେଶ୍ୱର: ରାଜ୍ୟରେ ଏବେ ଶୁଖିଲା ରହିଛି । ରାଜ୍ୟରେ ଆଗାମୀ ୩ରୁ ୪ଦିନ ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ରାଜଧାନୀ ଭୁବନେଶ୍ୱରରେ ଦିନବେଳା ତାପମାତ୍ରା ବଢିପାରେ । ଆରବ ସାଗରରୁ ପୂର୍ବ ଭାରତକୁ ଆର୍ଦ୍ରତା ପ୍ରବାହ ବନ୍ଦ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ମାର୍ଚ୍ଚ ୧୩ ରୁ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଶନିବାର ଦିନ ସୋଆର ପରିବେଶ ଏବଂ ଜଳବାୟୁ କେନ୍ଦ୍ର କହିଛି । ଏହା ଫଳରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୩୭ ରୁ ୩୯ ଡିଗ୍ରୀ ସେଲସିୟସ ମଧ୍ୟରେ ପଞ୍ଜୀକୃତ ହେବ । ଉପକୂଳ ଓଡିଶା ୩୩ ରୁ ୩୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୩୫ ରୁ ୩୭ ଡିଗ୍ରୀ ଦିନର ତାପମାତ୍ରା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ରହିବ ।