ପୌରାଧ୍ୟକ୍ଷ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ହେବ କଡା ଟକ୍କର

0 182

ନବରଙ୍ଗପୁର : ନବରଙ୍ଗପୁର ପୌର ନିର୍ବାଚନ ନିମନ୍ତେ ଆଜି ନାନା କଳ୍ପନା ଜଳ୍ପନାର ପୂର୍ଣଚ୍ଛେଦ ପଡି ଶେଷରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପୌରାଧ୍ୟକ୍ଷ ପାର୍ଥି ସମତେ ନବରଙ୍ଗପୁର ପୌରପାଳିକାର ୧୭ ଗୋଟି ୱାର୍ଡ ପାଇଁ ୧୭ ଗୋଟି କାଉନସିଲର ପାର୍ଥି ଔପଚାରିକ ଭାବେ ଘୋଷଣା କରିବା ସହ ନମାଙ୍କନ ପତ୍ର ଦାଖିଲ କରିଛନ୍ତି । ବିଜେପି ପକ୍ଷରୁ ଏସବିଆଇର ଅବସର ପ୍ରାପ୍ତ କର୍ମଚାରୀ କୁନୁ ନାୟକଙ୍କୁ ନିଜର ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ଆଜି ଘୋଷଣା କରିଥିବା ବେଳେ ବିଜେଡି ପାଇଁ କଂଗ୍ରେସରୁ ଇସ୍ତଫା ଦେଇଥିବା କର୍ମୀ ଭୀମ ହରିଜନଙ୍କୁ ନିର୍ବାଚନ ରଣ କ୍ଷେତ୍ରକୁ ଓହ୍ଲାଇଛନ୍ତି । ଭୀମ କଂଗ୍ରେସରେ ରହି ବିଭିନ୍ନ ସାମାଜିକ ଓ ରାଜନୈତିକ କାମ ୩୦ ବର୍ଷରୁ କରିଆସୁଥିବାରୁ ଲୋକଙ୍କ ନିକଟତର ହେଇ ଆସୁଥିବାରୁ ବିଜେଡି ତାଙ୍କ ବିଜୟ ସୁନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରି ବିଜୟ ହେବା ଦୃଢ ବିଶ୍ୱାସ ରଖିଥିବା ବେଳେ ବିଜେପିର ଅଧକ୍ଷ ପ୍ରାର୍ଥୀ କୁନୁ ନାୟକ ଏକ ସରଳ ଓ ମିଷ୍ଟଭାସି ବ୍ୟକ୍ତିତ୍ୱ ହେଇଥିବାରୁ ଏଭଳି ନିଷ୍କଳଙ୍କ ବ୍ୟକ୍ତିକୁ ନବରଙ୍ଗପୁର ପୌରପାଳିକାର ଭୋଟର ନିଶ୍ଚୟ ଜିତେଇବେ ବୋଲି ବିଜେପି ବିଶ୍ୱାସ ରଖିଛି । କଂଗ୍ରେସ
ସେପଟେ ଦିନକ ପୂର୍ବରୁ ଭିମଙ୍କ ଇସ୍ତଫା ଦେବାପରେ ହଡବଡେଇ ଜଣେ ମହିଳା ପ୍ରାର୍ଥୀନୀ ନିଲାମ ହରିଜନଙ୍କୁ ପୌର ଅଧ୍ୟକ୍ଷା ଭାବେ ଚୟନ କରି ନାମାଙ୍କନ ପତ୍ର ଭରିଛି । ଏହା ସହ ୧୭ ଗୋଟି ୱାର୍ଡ ରେ ସଭ୍ୟ ପାଇଁ ନାମାଙ୍କନ ଭରିଛି । ହେଲେ ବିଜେପି ପକ୍ଷରୁ ୧୭ ଗୋଟି ୱାର୍ଡ ପାଇଁ ନିଜର ପାର୍ଥି ଭାବେ ୧ନମ୍ବର ୱାର୍ଡ ପାଇଁ ତୁଳସା ବେହେରା,୨ପାଇଁ ଧନୁର୍ଜୟ ନାୟକ,୩ ପାଇଁ ମମତା ମହାରଣା,୪ ପାଇଁ ଶର୍ମିଷ୍ଠା ଦେଓ, ୫ ପାଇଁ ସପନ ତ୍ରିପାଠୀ, ୬ ପାଇଁ ଅମିତ କୁମାର ଲିମା, ୭ ପାଇଁ ବୀଣାପାଣି ବେହେରା, ୮ ପାଇଁ ଆମ୍ମାଜି ତିର୍କୀ, ୯ ପାଇଁ ରିତେଶ ପୂଜାରୀ, ୧୦ ପାଇଁ ଏ ସତୀଶ, ୧୧ ପାଇଁ ପୁନମ ସାହୁ, ୧୨ ପାଇଁ ସୁକାନ୍ତି ବେହେରା, ୧୩ ପାଇଁ ସଂଯୁକ୍ତା ସାହୁ, ୧୪ ପାଇଁ ଜସେଫ ଏ କେନେଡ଼ି , ୧୫ ପାଇଁ ସୋମେଶ ଖୋରା, ୧୬ ପାଇଁ ଅମିତ ପ୍ରଧାନ ଓ ୧୭ ପାଇଁ ଅଲିଭା ପ୍ରଧାନ କୁ ନିଜର ପ୍ରାର୍ଥୀ ଭାବେ ନାମାନଙ୍କ ପତ୍ର ଦାଖଲ କରିଛି ।
ସେହିପରି ଶାସକ ବିଜେଡି ମଧ୍ୟ ୧୭ ଗୋଟି ୱାର୍ଡ ପାଇଁ ୱାର୍ଡ ନମ୍ବର ୧ ପାଇଁ କାମିନୀ ପାଢ଼ୀ,୨ ପାଇଁ ପୁରୁଷତମ ହରିଜନ,୩ପାଇଁ ପ୍ରଣତି ତ୍ରିପାଠୀ ,୪ପାଇଁ ରେଖା ମହାନ୍ତି, ୫ପାଇଁ ଉତ୍ତମ ତ୍ରିପାଠୀ, ୬ପାଇଁ ପି କେଶବ ରାଜୁ , ୭ ପାଇଁ ପି ଉଷା ରାଣୀ,୮ ପାଇଁ ସଂତୋଷି ଜାନୀ, ୯ ପାଇଁ ବିଷ୍ଣୁ ସୌରା, ୧୦ ପାଇଁ ରାଜେଶ ପଣ୍ଡା, ୧୧ପାଇଁ ଉଷା ରାଣୀ ପାତ୍ର, ୧୨ ପାଇଁ ଏମ ରାଜେଶ୍ୱରୀ, ୧୩ ପାଇଁ ରଂଜିତା ପଣ୍ଡା, ୧୪ ପାଇଁ ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ, ୧୫ ପାଇଁ ସି.ଏସ. ବିନୋଦ କୁମାର,୧୬ ପାଇଁ ମାନସ କୁମାର ମହାନ୍ତି ଓ ୧୭ ପାଇଁ ସୌମ୍ୟା ମହାପାତ୍ରକୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରି ଆଜି ନାମାଙ୍କନ ପତ୍ର ଭରିଛି ।

hiranchal ad1
Leave A Reply

Your email address will not be published.

5 × 1 =