ଘୁ.ଉଦୟଗିରି,୭/୩- ପୌର ନିର୍ବାଚନ ନିମନ୍ତେ ଘୁ ଉଦୟଗିରି ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ଆଜି ନାମାଙ୍କନ ପତ୍ର ଦାଖଲ କରିବା ଶେଷ ଦିନ । ଶେଷ ଦିନରେ ବିଜେଡି ପକ୍ଷରୁ ଶତାଧିକ ସମର୍ଥକ ଉପସ୍ଥିତ ରହି ସ୍ଥାନୀୟ କାଳୀ ମନ୍ଦିରରେ ସମସ୍ତ କର୍ମୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ସହିତ ବାଦ୍ୟ ନୃତ୍ୟ ସହିତ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗାନ୍ଧୀଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରଥିଲେ । ଏହାପରେ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ସମେତ ବିଜେଡିର ସମସ୍ତ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ଟେଲିଫୋନ ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ପରିଷଦ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହିତ ପହଞ୍ଚି ବିଜେପି ପ୍ରାର୍ଥିନୀ ସୁସ୍ମିତା ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ନିଜର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ବାହାରି ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ଅଧକ୍ଷା ପଦବୀ ପାଇଁ ମଧୁଲିନା ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ସ୍ୱାଧିନ ପ୍ରାର୍ଥିନୀ ଭାବରେ ଅଧ୍ୟକ୍ଷା ପଦ ପାଇଁ ରଞ୍ଜିତା ନାୟକ,ବିଜୟ ଲକ୍ଷ୍ମୀ ମହାନ୍ତି ଓ ପ୍ରଶାନ୍ତି ନାୟକ, ମିତାରାଣୀ ପାତ୍ର,ରାଜଶ୍ରୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୯ ତାରିଖ ଦିନ ଯାଞ୍ଚ ପ୍ରକ୍ରିୟା ରହିଥିବା ବେଳେ ଆସନ୍ତା ୧୪ ତାରିଖ ସୁଦ୍ଧା ପାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି । ଆଜିକାର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମରେ ଘୁ ଉଦୟଗିରି ବିଧାୟକ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଓ କର୍ମୀ ,ବିଜେପି ନଗର ସଭାପତି ଉଦେଶନ ପ୍ରଧାନ ଓ କର୍ମୀ ଏବଂ କଂଗ୍ରେସ ପକ୍ଷରୁ ନଗର ସଭାପତି ଗଗନ କୁମାର୍ ପ୍ରଧାନ ଓ କର୍ମୀ ଉପସ୍ଥିତ ରହିଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରି ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।