ପରିସ୍ଥିତି ଦେଖି ରଥଯାତ୍ରା ପାଇଁ ନିଆଯିବ ନିଷ୍ପତ୍ତି

0 54

ଭୁବନେଶ୍ୱର: ପରିସ୍ଥିତି ଦେଖି ରଥଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅନୁକୂଳ ପରିସ୍ଥିତି ନ ଆସିବା ଯାଏ ଏ ନେଇ ଆଗରୁ ମନ୍ତବ୍ୟ ଦେବା ସମୀଚିନ ନୁହେଁ । ରଥ ନିର୍ମାଣ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ନିର୍ମାଣ ପ୍ରସ୍ତାବ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ । ଏହି ଭିତ୍ତିରେ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ଲକଡାଉନ କଟକଣା କାର୍ଯ୍ୟକାରୀ ହେବା ପରେ ରଥ ଖଳାରେ ଧାର୍ମିକ ସମାବେଶ ନ କରିବାକୁ କୁହାଯାଇଛି । ରଥ ନିର୍ମାଣ କାର୍ଯ୍ୟ ସହିତ ସଂପୃକ୍ତ ବ୍ୟକ୍ତି ଅନ୍ୟ କାହାରି ସହିତ ମିଳାମିଶା କରିବେ ନାହିଁ କିମ୍ବା ଅନ୍ୟ କୌଣସି ଲୋକ ସେଠାକୁ ଯିବେ ନାହିାଁ ନିର୍ମାଣ କାମ ସମୟରେ ମହାରଣା ସେବକ ମାନେ ମାସ୍କ ପିନ୍ଧିବେ, ସାନିଟାଇଜ କରିବେ, ସାମାଜିକ ଦୂରତ୍ୱ ରକ୍ଷା କରିବେ । ରଥ ଖଳାରେ ଏ ସବୁ ଅନୁପାଳନ ହେଉଛି କି ନା ତାହା ଉପରେ ରାଜ୍ୟ ସରକାର ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 9 =