ଟାଟା କମ୍ପାନୀ ନାମରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ଚାଷୀ

0 185

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭଜବଳପୁର, ଲଙ୍କାବାହାଲ, ପତ୍ରାପାଲି, ହିକୁଡି ଓ ଅନେକ ବ୍ୟକ୍ତିଗତ ଡିପ ବୋରୱେଲରୁ ଚାଷ କରିଥିବା ଚାଷୀମାନଙ୍କଠାରୁ ଟାଟା ପାୱାର କମ୍ପାନୀ ତରଫରୁ ଜୋର ଜବରଦସ୍ତ ବେଆଇନ ଭାବରେ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ବକେୟା ( ଏରିୟର ) ଆଳରେ ଟାଟା ପାୱାର କମ୍ପାନୀର ବୀରମହାରାଜପୁର ଓ ସୁବଳୟା ସେକ୍ସନ ଅଧିକାରୀ ମାନେ ଉଲୁଣ୍ଡା ଏସଡିଓ ଶ୍ରୀ ରାଓଙ୍କ ସହ ମିଶି ଉକ୍ତ କମ୍ପାନୀର ଜନୈକ ଖଳପ୍ରକୃତିକ ଲୋକ ମାଧ୍ୟମରେ ଚାଷୀ ମାନଙ୍କୁ ଧମକ ଦେଇ ବେଆଇନ ଭାବରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । ଯେଉଁ ଗ୍ରାମର ଟ୍ରାନ୍ସଫର୍ମର ଖରାପ ହୋଇଛି ତାକୁ ବାରମ୍ବାର ତାଗିଦ ପରେ ମଧ୍ୟ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଯାହାର ଉଦାହରଣ ଭଜବଲପୁର । ବିଜୁଳି ଅଭାବରୁ ଏଲଆଇ ପଏଣ୍ଟ ଚାଲୁ ନାହିଁ । ଏଲଆଇ ପଏଣ୍ଟ ନ ଚଳିଲେ ଧାନ ଚାଷ ସମ୍ପୂର୍ଣ୍ଣ ମରିଯିବ ଓ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । କେଉଁ ଉଦ୍ଦେଶ୍ୟ ରଖି ବିଜୁଳି ସଂଯୋଗ କରାଯାଉ ନାହିଁ ଜଣାପଡୁନାହିଁ । ପୁଣି ଜାଣିଶୁଣି ଚାଷୀ ତଥା ଜନସାଧାରଣଙ୍କୁ ହଇରାଣ ହରକତ କରାଯାଉଛି । ଟାଟା ପାୱାର କମ୍ପାନୀର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଯୁବ ନେତା ବଳଦେବ ବେଦବାକଙ୍କ ନେତୃତ୍ୱରେ ସଂଜିତ ମେହେର, ବଳରାମ ମେହେର, ଗଣେଷ କୁମାର ମେହେର, ଭଗବାନ ସେଠୀ, ପଞ୍ଚ ନା ଏକ, ସମାରୁ ମେହେର, କାର୍ତ୍ତିକ ପଧାନ, ସୁବଳ ଭୋଇ, ଧରଣୀ ମେହେର, କିଶୋର ମେହେର, ତ୍ରିଲୋଚନ ମେହେର, ନବୀନ ମେହେର, ବଳରାମ ମେହେର, ପଙ୍କଜ କୁମାର ନାୟକ ଓ ରାଧେଶ୍ୟାମ ଶଙ୍ଖୁଆ ପ୍ରମୁଖ ବୀରମହାରାଜପୁର ଥାନାର ଆଇଆଇସିଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + 14 =