ସଖୀ ୱାନ ଷ୍ଟପକେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

0 59

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବ ଜୀବନ ଅନ୍ଧ ଓ ଉପଶମ କେନ୍ଦ୍ରଠାରେ ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଭାଗ୍ୟ ଲକ୍ଷ୍ମୀ ନାୟକଙ୍କ ସଭା କାର୍ଯ୍ୟ ପରିଚାଳନା କରି ଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଣୀ କଲ୍ୟାଣି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଉପରେ ହେଉଥିବା ଲିଙ୍ଗଗତ ଏବଂ କ୍ଷମତା ଉପରେ ଆଲୋକପାତ କରିଥିଲେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ଶ୍ରୀମତି ପ୍ରିୟମ୍ବଦା ବିଷୋୟୀ ଅତିଥି ରୂପେ ଯୋଗ ଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ବିଭିନ୍ନ ଯୋଜନା ଉପରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ କେ ସୁନିତା ଯୋଗ ଦେଇ ବାଲ୍ୟ ବିବାହ ଓ ପାରିବାରିକ ହିଂସା ଆଇନ ଉପରେ ସମ୍ୟକ ଧାରଣା ଦେଇଥିଲେ । ଅନ୍ୟତମ ଅତିଥି ସାରଳା ପାତ୍ର ଝିଅ ଓ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତି ଅଳକା ସାହୁ,ଶିବାନି ପାଣିଗ୍ରାହୀ ନିଜର ବକ୍ତବ୍ୟ ରଖିଥିଲା ବେଳେ ଚାଇଲ୍ଡ ଲାଇନର କର୍ମୀ ଲକ୍ଷ୍ମୀ ଗରଡ, ତପସ୍ୱୀନି ପ୍ରମୁଖ ଉପସ୍ଥିତ ଥିଲେ । ସୁନିତା ରଥ, ସୁପ୍ରଭା ସାହୁ, ମୋହିନୀ ପ୍ରଧାନ, ପ୍ରଣତି ଦାନ, ହରିକୃଷ୍ଣ ଚୌଧୁରୀ, ମୋନାଲିସା ବେହେରାଙ୍କ ସମେତ କେନ୍ଦ୍ରର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟ, ମହା ବିଦ୍ୟାଳୟ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ନେଇ ଝୋଟି, ପିଠା, ହୁଳହୁଳି, ପ୍ରବନ୍ଧ, ବକ୍ରୃତା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମିନା କୁମାରୀ ଟହଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 1 =