ବବିତା ପ୍ରଧାନ ହେଲେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

0 211

ଅନୁଗୁଳ : ତ୍ରିସ୍ତରୀୟ ନିର୍ବାଚନ ଶେଷ ହେବା ପରେ ଆଜି ରାଜ୍ୟରେ ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ୩୦ଟି ଜିଲ୍ଲାରେ ଶାସକ ବିଜେଡି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ବିଜେଡି ଅଧ୍ୟକ୍ଷା ହେବା ସୁନିଶ୍ଚିତ । କିନ୍ତୁ କାହାକୁ ମିଳିବ ଏହି ପଦ ତାକୁ ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ଆଜି ତାହାର ଅବସାନ ଘଟିଛି । ଏହି କ୍ରମରେ ଅନୁଗୁଳ ଅଧ୍ୟକ୍ଷା ପଦ ପାଇଁ ବବିତା ପ୍ରଧାନଙ୍କ ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିଥିବା ଜଣାପଡିଛି । ଏ ସଂପର୍କରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଏକ ବନ୍ଦ ଲଫାପା ଖୋଲି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଏହି ସୂଚନା ଦେଇଛନ୍ତି । ଶାସକ ବିଜେଡି ଅନୁଗୁଳ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଆସନରୁ ୨୭ଟି ବିଜୟୀ ଲାଭ କରିଥିବାରୁ ବବିତା ପ୍ରଧାନ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବବିତା ପ୍ରଧାନ ହେଉଛନ୍ତି କିଶୋରନଗର ବ୍ଲକ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା । ସେ ଚଳିତ ନିର୍ବାଚନରେ ବିଜୁ ଜନତା ପକ୍ଷରୁ ନିର୍ବାଚନ ଲଢି ୪୨୧ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହୋଇଥିଲେ । ଶ୍ରୀମତୀ ପ୍ରଧାନ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷା ମଧ୍ୟ ଥିଲେ ।

hiranchal ad1
Leave A Reply

Your email address will not be published.

18 + 20 =