ରୁଷ୍ ସେନାର ଗୁଳିରେ ଆମେରିକୀୟ ସାମ୍ବାଦିକ ମୃତ

0 59

ନୂଆଦିଲ୍ଲୀ: ଗତ ୧୮ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ରୁଷ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସହ ଅନ୍ୟ ଜଣେ ଆମେରିକୀୟ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦେଇଛି ଗଣମାଧ୍ୟମ ସଂସ୍ଥା ଏଏଫପି ରିପୋର୍ଟସ । ଏଏଫପି ରିପୋର୍ଟସ ଅନୁଯାୟୀ ଗୋଟେ କାରରେ ଏଏଫପିର ଜଣେ ସାମ୍ବାଦିକ ଏବଂ ଦୁଇ ଜଣ ଆମେରିକୀୟ ସାମ୍ବାଦିକ ଥିଲେ। ଏହି ସମୟରେ ରୁଷ ସେନା କାର୍ ଉପରକୁ ଗୁଳି ବର୍ଷା କରିଥିଲେ। ଏଥିରେ ଜଣେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରିନାଉଡ ବୋଲି ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

eighteen − 7 =