ଘଣ୍ଟାଘଣ୍ଟା ଧରି କ୍ୱାରେଣ୍ଟାଇନ କେନ୍ଦ୍ର ବାରଣ୍ଡାରେ ବସିଲେ ବାହାରୁ ଆସିଥିବା ଲୋକେ

0 1,192

ବୌଦ୍ଧ: ଆମଜିଲ୍ଲାରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ କିଭଳି ରଖାଯାଉଛି ତାର ନଗ୍ନଚିତ୍ର ଆଜି ଦେଖିବାକୁ ମିଳିଛି ତିଲେଶ୍ୱରରେ । ଆନ୍ଧ୍ରପ୍ରଦେଶକୁ ଯାଇ ଲକଡାଉନରେ ଫସିଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସହିତ ତୀର୍ଥ କରିବାକୁ ଯାଇ ହରିଦ୍ୱାରରେ ଅଟକିଥିବା ୨ଜଣ ବରିଷ୍ଠ ନାଗରିକ ଓ ୨ଜଣ ମହିଳା ମଧ୍ୟ ତିଲେଶ୍ୱର ଫେରିଛନ୍ତି । ସେମାନେ କୌଣସି ମାଲବାହୀ ଟ୍ରକ ଯୋଗେ କୌଣସି ପ୍ରକାରେ ଗତରାତିରେ ପୁରୁଣାକଟକରେ ପହଞ୍ଚିଥିଲେ । ସେଠାରୁ ଚାଲିଚାଲି ପ୍ରାୟ ୭ କି.ମି ତିଲେଶ୍ୱରକୁ ଭୋର ୩ଟାବେଳେ ପହଞ୍ଚି ତିଲେଶ୍ୱର ହାଇସ୍କୁଲରେ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଯାଇଥିଲେ । ସେଠାରେ ପ୍ରାୟ ୯ ଘଣ୍ଟାକାଳ ବାରଣ୍ଡାରେ ବସିଥିଲେ ମଧ୍ୟ ତାଙ୍କୁ କେହି ରହିବାର ବ୍ୟବସ୍ଥା କରାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ନିଜ ଘର ଲୋକେ ଖବରପାଇ ତାଙ୍କପାଇଁ ଚା ଜଳଖିଆର ବ୍ୟବସ୍ଥା କରାଇଥିଲେ ।
ଏଭଳି ଅବ୍ୟବସ୍ଥା ସଂପର୍କରେ ତିଲେଶ୍ୱର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆମେ ଦୃଷ୍ଟି ଆକର୍ଷଣ କରିଥିଲୁ । ସେମାନଙ୍କୁ ବୀରନରସିଂପୁର କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯିବ ଓ ସେଥିପାଇଁ ବ୍ଲକରୁ ଗାଡି ଆସିନାହିଁ । ଗାଡି ଆସିଲେ ସେମାନେ ବୀରନରସିଂହପୁର ଯିବେ ବୋଲି ନିର୍ବାହୀ ଅଧିକାରୀ ସନ୍ତୋଷ ରଣା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =