ଭୁବନେଶ୍ବର୧୫/୦୩ : ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ । ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ଅବକାରୀ କମିଶନର ।
ଠିକ୍ ଏହିଭଳି ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ମଦ ବ୍ୟାନ୍ କରାଯାଇଥିଲା । ମଦ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଥିଲେ। ଯେଉଁଠି ଭୋଟ୍ ଗ୍ରହଣ ହେବାକୁ ଥିଲା, ତାର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଥିଲା । ୪୮ ଘଣ୍ଟା ପୂର୍ବରୁ ଭୋଟ୍ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ହେଲେ ପୌର ନିର୍ବାଚନ ବେଳେ ଏକା ଥରକେ ୫ ଦିନ ପର୍ଯ୍ୟନ୍ତ ମଦ ବ୍ୟାନ କରାଯାଇଛି ।