ଅନ୍ତରଙ୍ଗ କନ୍ଧମାଳ ତରଫରୁ ବିଭିନ୍ନ ପଞ୍ଚାୟତରେ କାନ୍ଥରେ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଅନ୍ତରଙ୍ଗ ଯୁବକ ସଂଘର ସଦସ୍ୟ ଆକାଶ ପ୍ରଧାନ ନିଜର ଅଭିଜ୍ଞତାକୁ ସଚେତନତା କାର୍ଯ୍ୟରେ ଲଗେଛନ୍ତି। ବିଭିନ୍ନ ପ୍ରକାରର ଭାଇରସ୍ ଚିତ୍ର ଅଙ୍କନ କରି ଲୋକମାନେ ଯେମିତି ଚିତ୍ର ଦ୍ବାରା ସତର୍କ ଓ ସଚେତନତା ହୋଇପାରିବେ ସେଥିପାଇଁ ସ୍ଵେଚ୍ଛାସେବୀ ଭାବରେ ନିଜକୁ ନିୟୋଜିତ କରିଛନ୍ତି।
ଅଞ୍ଚଳରେ ଯୁବ ଗୋଷ୍ଠୀ ଓ ବୁଦ୍ଧିଜୀବି ଆକାଶ ପ୍ରଧାନଙ୍କୁ କୋଭିଡ୍ ହିରୋ କହୁଛନ୍ତି।
କ୍ବାରେଣ୍ଟାଇନ କେନ୍ଦ୍ରରେ ଏବଂ ବିଭିନ୍ନ ଛକଗୁଡ଼ିକରେ କୋଭିଡ୍- ୧୯ ଉଦ୍ଦେଶ୍ୟରେ ଚିତ୍ର କରିବା ସହିତ ସଚେତନ ମୂଳକ ଲେଖାଗୁଡ଼ିକ ଲେଖି ଲୋକମାନଙ୍କୁ ସଚେତନ କରୁଥିବାରୁ ନିଜକୁ ଖୁସି ମନେ କରୁଛନ୍ତି।
ହାତ ସଫା ରଖିବା, ମାସ୍କ ପିନ୍ଧିବା, ଆଖି,ନାକ ଓ ପାଟିକୁ ସ୍ପର୍ଶ ନକରିବା, ଅନାବଶ୍ୟକ ଘରୁ ନବାହାରିବା ଓ ସତର୍କ ରହିବା ଇତ୍ୟାଦି କାନ୍ଥ ଗୁଡିକରେ ଲେଖି ସଚେତନତା କରୁଛନ୍ତି।
ଏହି ଚ଼ିତ୍ର ଓ ଲେଖାଗୁଡ଼ିକ ଯୁବଗୋଷ୍ଠୀ ଫଟୋ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପ୍ରଚାର ମାଧ୍ୟମରେ ସଚେତନତା କରୁଛନ୍ତି ତଥା ସୋସିଆଲ ମିଡ଼ିଆରେ ବେଶ୍ ପ୍ରଶଂସା ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ଅଞ୍ଚଳରୁ ମଧ୍ୟ ଫୋନ୍ ସହିତ ଯୋଗାଯୋଗ କରି ଆକାଶ ପ୍ରଧାନଙ୍କୁ ଚିତ୍ର ଅଙ୍କନ କରିବା ପାଇଁ କଲ୍ ଆସୁଛି। ବିଭିନ୍ନ ସମୟରେ ଅନ୍ତରଙ୍ଗର ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ ଓ ନାରାୟଣ ନାୟକ ସହଯୋଗ କରୁଛ
Sign in
Sign in
Recover your password.
A password will be e-mailed to you.
Next Post