ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶାର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି । ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି ୧୫ଫୁଟ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ୧୫ଟନ ବାଲିର ଉପଯୋଗ କରାଯାଇଛି ଏବଂ ଏଥିରେ “ଐବକ୍ଟ୍ରକ୍ଟ୍ରଚ୍ଚ ଐକ୍ଟକ୍ଷସ” ର ବାର୍ତ୍ତା ଦେଇ ଜନ ସମାଜକୁ ପ୍ରାକୃତିକ ରଙ୍ଗ ବ୍ୟବହାର କରି କୋଭିଡ-୧୯ର ନିୟମ ମାନି ହୋଲି ପର୍ବକୁ ପାଳନ କରିବା ପାଇଁ ଅନୁରୋଧ କରିବା ସହିତ ସମସ୍ତଙ୍କୁ ହୋଲିର ଶୁଭେଚଛା ଜଣାଇଛନ୍ତି ।