ଜାକେଡ଼ା ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ,ଶାନ୍ତି କମିଟି ବୈଠକରେ ସମାଧାନ କଲେ ଜିଲ୍ଲାପାଳ

0 68

ଦଶପଲ୍ଲା : ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ,ଜାକେଡା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବହୁଦିନରୁ ମନାନ୍ତର ଏବଂ ମତାନ୍ତର ଲାଗି ରହିଥିବାରୁ ଏହାର ଆପୋଷ ବୁଝାମଣା ନିମନ୍ତେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଆହୁତ ହୋଇଥିଲା । ବୁଝାମଣା ମାଧ୍ୟମରେ ଉଭୟ ପକ୍ଷ ଜାକେଡା ଗ୍ରାମରେ ସହାବସ୍ଥାନ ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକସିଦ୍ଧାର୍ଥ କଟ୍ଟାରିଆ,ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଏସ.ଡି.ପି.ଓ ନୟାଗଡ ଶୁଭେନ୍ଦୁ କୁମାର ସିହ୍ନ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜାକେଡାଗ୍ରାମର ସଭାପତି ଏବଂ ଉଭୟ ପକ୍ଷର ବୁଦ୍ଧିଜିବୀ ଉପସ୍ଥିତ ରହି ଶାନ୍ତି ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

3 + three =