କାଦପଡାରେ ହୋଲି ଉତ୍ସବ ପାଳିତ

0 191

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ରଙ୍ଗର ପର୍ବ ହୋଲି ଆନନ୍ଦଉଲ୍ଲାସର ସହକାରେ ପାଳିତ ହୋଇଯାଇଛି । ଜୟ ଜଗନ୍ନାଥ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗ୍ରାମର ଶତାଧିକ ଯୁବକ ସାମିଲ ହୋଇଥିଲେ । ଏହି ଅବସରରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇ ଥିଲେ । ଉତ୍ସବରେ ଭାଇଚାରା ସଦଭାବନା ଦେଖିବାକୁ ମିଳିଥିଲା । ଡିଜେ ଗୀତର ତାଳେତାଳେ ସମସ୍ତ ସଦସ୍ୟ ଗ୍ରାମ ପରିକ୍ରମା କରିଥିଲେ । ପରିକ୍ରମା ସମୟରେ ଗ୍ରାମର ବୟଜ୍ୟୋଷ୍ଠ ବ୍ୟକ୍ତିମାନଙ୍କୁ ମଧ୍ୟ ସେମାନେ ରଙ୍ଗ ଲଗାଉଥିବା ଦେଖିବାକୁ ମିଳିଥିଲା । ଗ୍ରାମ ପରିକ୍ରମା ଶେଷରେ ସମସ୍ତେ ମହାନଦୀରେ ଯାଇ ସ୍ନାନ କରିଥିଲେ । ଏହାପରେ ଆସୋସିଏସନ ପକ୍ଷରୁ ଏକ ଭୋଜିର ଆୟୋଜନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fifteen + 8 =