ସୁବର୍ଣ୍ଣପୁରଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ

0 64

ସୁବର୍ଣ୍ଣପୁର: ସଦର ମହକୁମା ସ୍ଥିତ ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରର ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ମଞ୍ଜୁରାଣୀ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଦନ୍ତ ରୋଗ ଚିକିତ୍ସକ ଡା. ସତ୍ୟନାରାୟଣ ପଣ୍ଡା ମୁଖ୍ୟ ଉପଦେଷ୍ଟା ଭାବରେ ଯୋଗଦେଇ ଉପସ୍ଥିତ ଅନ୍ତେବାସୀ ତଥା କର୍ମକର୍ତ୍ତା ଦାନ୍ତ ତଥା ମୁଖଗହ୍ୱର ର ଯତ୍ନ ଉପରେ ସରଳ ଭାଷାରେ ବୁଝାଇଥିଲେ । ଶେଷରେ ଡା. ସିଂ ଆଜି ଦିବସର ବିଷୟ ବସ୍ତୁକୁ ବୁଝାଇବା ପରେ ନିଜ ସମ୍ଭାଷଣରେ କହିଥିଲେ ଯେ, “ଆମେ ମୁଖଗହ୍ୱରକୁ ସୁସ୍ଥ ରଖିବାକୁ ହେଲେ ବିଡି, ସିଗାରେଟ୍‌, ଗୁଡାଖୁ ପରି ତମାଖୁ ଜାତୀୟ ଦ୍ରବ୍ୟ ସେବନର ବଦଭ୍ୟାସକୁ ପରିତ୍ୟାଗ କରିବାକୁ ହେବ ।”ସଭାକୁ ଅକ୍ରୁର କୁମାର୍‌ ହୋତା ପରିଚାଳନା କରିଥିବା ବେଳେ ପିଣ୍ଟୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ୍‌ ଥାଉକି ଏଥିସହ ଜିଲ୍ଲା ସ୍ୱାସ୍ଥ ବିଭାଗ ସୁବର୍ଣ୍ଣପୁର ତରଫରୁ ସଦର ମହକୁମାର ଜନ ସମାଗମ ସ୍ଥାନରେ ହୋର୍ଡିଙ୍ଗ ଲଗାଇ ମୁଖଗହ୍ୱର ଯତ୍ନ ଉପରେ ସଚେତନତା ପାଇଁ ପ୍ରୟାସ କରାଯାଇଛି ।

hiranchal ad1
Leave A Reply

Your email address will not be published.

four + seventeen =