ସଲମାନଙ୍କୁ ମିଳିଲା ଏହି ବଡ଼ ଆଶ୍ୱସ୍ତି

0 72

ନୂଆଦିଲ୍ଳୀ, ୨୨/୩ : କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳିଛି ବଡ ଆଶ୍ୱସ୍ତି । ସୋମବାର ଦିନ ରାଜସ୍ଥାନ ହାଇକୋର୍ଟ ହରିଣ ଶିକାର ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କ ମାମଲା ସ୍ଥାନାନ୍ତର ଆବେଦନକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସଲମାନଙ୍କ ସହ ଜଡିତ ସମସ୍ତ ଆବେଦନର ଶୁଣାଣି ରାଜସ୍ଥାନ ହାଇକୋର୍ଟରେ ହେବ । ସଲମାନ ଖାନ୍‌ ସେସନ୍‌ କୋର୍ଟରେ ବିଚାରାଧୀନ ଆବେଦନକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେସନ କୋର୍ଟରେ ଏକ ଆବେଦନ କରିଥିଲେ, ଯାହା ପରେ ଏବେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି । କଳା ହରିଣ ଶିକାର ମାମଲାରେ ସଲମାନ ଖାନ୍‌ ଏବେ ଜାମିନରେ ଅଛନ୍ତି । ୫ ଏପ୍ରିଲ ୨୦୧୮ରେ ଟ୍ରାଏଲ କୋର୍ଟ ସଲମାନ ଖାନଙ୍କୁ କଳା ହରିଣ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଏହି ମାମଲା ସହ-ଅଭିଯୁକ୍ତ, ଅଭିନେତା ସୈଫ ଅଲ୍ଲି ଖାନ, ଅଭିନେତ୍ରୀ ନୀଲମ, ତବୁ ଏବଂ ସୋନାଲି ବେନ୍ଦ୍‌ରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ହେଲେ ସଲମାନଙ୍କୁ ସେହି ସମୟରେ ଗିରଫ କରାଯାଇ ଯୋଧପୁର ଜେଲକୁ ପଠାଯାଇଥିଲା । ଏହାପରେ ତିନି ଦିନ ପରେ କୋର୍ଟ ଦେଇଥିବା ଜାମିନ ଆଧାରରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

19 − 1 =