ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଫୁଲ ଝାଡୁ ସଂଗ୍ରହ ଓ ପ୍ରକ୍ରିୟା କରଣ

0 59

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଠାରେ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଫୁଲ ଝାଡୁ ଚାଷ ଓ ପ୍ରକ୍ରିୟା କରଣ ତାଲିମ ଶିବିରକୁ ନାବାର୍ଡର ଡି.ଡି.ଏମ୍‌ ପ୍ରତୀକ ପଣ୍ଡା ଜିଲ୍ଲାସ୍ତରୀୟ ତାଲିମଦାତା ନରେଶ ନାଥ ମହାପାତ୍ର, ଗଣେଶ ପ୍ରଧାନ ଯୋଗ ଦେଇଥିଲେ । ତାଲିମରେ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଆର.କେ.ଏସ.ଏସର ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ତାଲିମର ଉଦ୍ଦେଶ୍ୟ ଓ ନାବାର୍ଡ ଆର୍ଥିକ ସହାୟତା ଏବଂ ତିନି ପର୍ଯ୍ୟାୟରେ ଦୁଇ ଦିନ ଲେଖାଏଁ ୨୦ ଜଣ ମହିଳାଙ୍କୁ ଫୁଲ ଝାଡୁ ଚାଷ ଓ ପ୍ରକ୍ରିୟା କରଣ ବିଷୟରେ ସୂଚନା ଦେଇଥିଲେ । ତାଲିମଦାତା ସ୍ୱୟଂ ସହାୟକ ଦଳର ଏକତା ଦଳର ୧୦ ସୁତ୍ରୀ ପରିକ୍ରମେ ସାରି ଫୁଲଝାଡୁ ଏକ ରୋଜଗାରକ୍ଷମ ଜୀବିକା ବିକାଶ କରି ଘରର ଅଳିଆ ସଫା କରିବାର ଝାଡୁ ହିଁ ଏକ ମାଧ୍ୟମ ଓ ଆମ ଅଞ୍ଚଳରେ ଫୁଲଝାଡୁର ଚାହିଦା ଜଙ୍ଗଲରୁ ଝାଡୁ ସଂଗ୍ରହ ସହ ଝାଡୁ ନୂତନ ସୃଷ୍ଟି ନିମନ୍ତେ ବନ୍ଧା ଯୋଗାଇ ଏକ ବ୍ୟବସାୟ ଭିତ୍ତିକ ଚାଷ ,ଝାଡୁ ସଂଗ୍ରହ, ଗ୍ରେଡିଙ୍ଗ ପ୍ରକ୍ରିୟା କରଣ ବଜାରୀକରଣ କିପରି କରାଯାଇ ପାରିବ ଏକ ସାମୁହିକ ସୂଚନା ଦେଇଥିଲେ । ପ୍ରତୀକ ପଣ୍ଡା ଡିଡି ଏମ୍‌ ନାବାର୍ଡ ତାଲିମ ଅନୁଷ୍ଠାନର ଭିତ୍ତିକ ତାଲିମ ଫୁଲ ଝାଡୁକୁ ସ୍ୱୀକୃତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ଆତ୍ମନିର୍ଭରଶୀଳତା ଓ ବିକାଶ, ଅଞ୍ଚଳ ସମହାରତା (ବ୍ୟାଙ୍କ ମାଧ୍ୟମରେ କମ ସୁଧରେ)ଋଣ ନେବା ଓ ପରିଶୋଧ କରିବା ବିଷୟରେ ସୂଚନା ସହ ଏକ ସ୍ୱାବଲମ୍ବୀ ହୋଇ ମହିଳା ମାନେ କିପରି ରୋଜଗାର କରିବେ ଗୁରୁତ୍ୱ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × two =