ଫୁଲବାଣୀ : ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ-ଲାଇବ୍ରେରୀ ଉଦଘାଟିତ ହୋଇଯାଇଛି । ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁ୍ଆଲ) ଜରିଆରେ କରିଛନ୍ତି । ଫୁଲବାଣୀ କୋର୍ଟ ପରିସରରେ ସଭାପତି ସିଧେଶ୍ୱର ଦାସ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସାରା ଓଡ଼ିଶାରେ ସ୍ଥାପିତ ହୋଇଥବା ଏହି ଇ-ଲାଇବ୍ରେରୀ ଆଇନଜୀବୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଏଥିରେ ସନସ୍ତ ଆଇନଜୀବୀ ଉପକୃତ ହେବେ ବୋଲି ମୁଖ୍ୟ ବିଚାରପତି ନିଜ ଅଭିଭାଷଣରେ କହିଥିଲେ । ହାଇକୋର୍ଟ ଲାଇବ୍ରେରୀ କମିଟିର ହୋଇଥିବା ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟ ରେଜିଷ୍ଟାର ଦ୍ୱାରା ସମସ୍ତ ଆଇନଗତ ତଥ୍ୟ, ଦେଶ ବିଦେଶର ବିଚାରଧାରା, କୋର୍ଟର ନିର୍ଣ୍ଣୟ ଆଇନ ପୁସ୍ତକ ଇତ୍ୟାଦି ଓକିଲ ଓ ମହକିଲ ମାନେ ବିଶେଷ ଉପକୃତ ହେବେ ବୋଲି କହିଥିଲେ ।