ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନକୁ ସରସସୁନ୍ଦର କରିବାକୁ ଆହ୍ୱାନ ଜଣାଇଲେ ଜିଲାପାଳ

0 80

ବୌଦ୍ଧ : ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ୮୭ତମ ଓଡ଼ିଶା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅପ୍ରେଲ ୧ ତାରିଖ ଦିନ ପ୍ରାତଃ ୪.୩୦ ସମୟରେ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ଆନକୂଲ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ବୌଦ୍ଧ ସହରସାରା ପରିବେଷଣ କରାଯିବ । ପରେ ପରେ ସକାଳ ୮ ଘଂଟା ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଶା ଦିବସ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସକାଳ ୮.୩୦ ସମୟରେ ସହରରେ ବିଭିନ୍ନ ସ୍ଥାନରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବ । ଓଡ଼ିଶା ଦିବସ ଉପଲକ୍ଷେ ମୁଖ୍ୟ ସମାରୋହ ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲା ସଂଗ୍ରହାଳୟଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଶା ଦିବସ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ଜିଲା ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷଣ ହେବ । ଏହି ଦିବସ ପାଳନ ଅବସରରେ ସନ୍ଧ୍ୟା ସମୟରେ ଜିଲାର ସମସ୍ତ ବେସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକରେ ରଙ୍ଗିନ ଆଲୋକ ସଜ୍ଜା ଯିବ ବୋଲି ନିଷ୍ପତି ନିଆଯିବ । ମାର୍ଚ୍ଚ ୨୮ ତାରିଖ ଦିନ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟସ୍ତରୀୟ ୮ମ ରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପ୍ରଥମ ବିବେଚିତ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ପଠାଯିବ । ଏହାବ୍ୟତୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ( ୬ଷ୍ଠ ଓ ୭ମ ଶ୍ରେଣୀ)ସ୍ତରୀୟ ଦେଶାତ୍ମବୋଧକ ସଙ୍ଗୀତ, ପ୍ରାଥମିକ ବିଦ୍ୟାଳୟ(୧ମ ରୁ ୫ମ ଶ୍ରେଣୀ)ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଓଡ଼ିଶା ଦିବସ ଉପଲକ୍ଷେ ଜିଲାର ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ ବେସରକାରୀ କାର୍ଯ୍ୟାଳୟର ନାମଫଳକ ଓଡିଆରେ ଲେଖାଯିବାକୁ ବୈଠଳରେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଓଡିଶା ଦିବସ ଅବସରେ ବୌଦ୍ଧଜିଲା ପାଇଁ ଅବଦାନ ଥିବା ବୁଣାକାର, କଳାକାର, କାରୀଗର, ଖାଦ୍ୟ ପ୍ରସ୍ତୁତି ତଥା ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହରା, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ବିକେଆରସି ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − 6 =