ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ

0 275

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତରେ ଗଠିତ ହୋଇଥିବା ଆଞ୍ଚଳିକ ସେବା ସଂସଦ ଆଜି ଆଉ ଏକ ମହତ କାର୍ଯ୍ୟ କରିଛି । କିଆକଟା ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାମାଳ ଗ୍ରାମର ବିଶ୍ୱାମିତ୍ର ବେହେରାଙ୍କ ଗୋଟିଏ ଘର କୌଣସି କାରଣବଶତଃ ଆଜି ସଂପୂର୍ଣ୍ଣ ପୋଡି ଯାଇଛି । ଏହି ଖବର ପାଇଁ ଆଞ୍ଚଳିକ ସେବା ସଂସଦର ସଦସ୍ୟମାନେ ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

hiring

ଶ୍ରୀ ବେହେରାଙ୍କ ଘର ପୋଡି ଯିବା ପରେ ଏବେ ସେ ସଂପୂର୍ଣ୍ଣ ଭାବେ ବେସାହାରା ହୋଇପଡିଛନ୍ତି । ଅଗ୍ନିକାଣ୍ଡରେ ତାଙ୍କର ନିତ୍ୟ ବ୍ୟବହାର ଜିନିଷ ସହ ବର୍ଷକ ଖାଇବା ପାଇଁ ରଖିଥିବା ଧାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଆଞ୍ଚଳିକ ସେବା ସଂସଦର ସଭାପତି ଦାବି କରିଛନ୍ତି । ଏହି ମହତ କାର୍ଯ୍ୟରେ ସେବା ସଂସଦର ସଭାପତି, ଉପ ସଭାପତି,ସାଧାରଣ ସମ୍ପାଦକ, କୋଷଧକ୍ଷ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସେବା ସଂସଦର ଏପରି କାର୍ଯ୍ୟକୁ ପଞ୍ଚାୟତବାସୀ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏମିତି କାର୍ଯ୍ୟ ଜାରି ରହିବ ବୋଲି ସେବା ସଂସଦର ସଂପାଦକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =