ପୌରଭୋଟ: ଦିନ ୧୨ଟା ସୁଦ୍ଧା ସହରରେ ୩୨%

0 49

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ପ୍ରତିନିଧି ବାଛୁଛନ୍ତି ସହରବାସୀ । ବିଭିନ୍ନ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ତେବେ  ଦିନ ୧୨ଟା ସୁଦ୍ଧା ୩ଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ହାରାହାରି ୨୧ ପ୍ରତିଶତ ମତଦାନ ହୋଇଛି ।  ସେହିପରି ୩ ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି ।  ଅନ୍ୟପକ୍ଷରେ ଇଭିଏମ ତ୍ରୁଟି ଯୋଗୁ କୌଣସି ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ହୋଇନି ବୋଲି ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

hiring

ରାଜ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସିପାଲିଟି, ୫୯ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ପଡୁଛି ଭୋଟ । ୪୦ ଲକ୍ଷରୁ ଅଧିକ ଭୋଟର ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛୁଛନ୍ତି । ଏଥିର ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 19 =