କନ୍ଧମାଳର ୨ ଏନଏସି ଓ ଗୋଟିଏ ମୁନିସିପାଲଟିରେ ହେଉଛି ଭୋଟ ଗ୍ରହଣ

0 111

ଫୁଲବାଣୀ : ଆଜି ହେଉଛି ପୌର ନିର୍ବାଚନ ଓ ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟ ଗ୍ରହଣ ହେବ । ଜିଲାର ଫୁଲବାଣୀ ମୁନିସିପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସିରେ ହେଉଛି ଭୋଟ ଗ୍ରହଣ । ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସିପାଲିଟି ପାଇଁ ୨୮ଟି ଭୋଟ ଗ୍ରହଣ କେନ୍ଦ୍ର ରେ ମତଦାନ ସାବ୍ୟସ୍ତ ହେଉଥିବା ବେଳେ ଜି.ଉଦୟଗିରି ଏନଏସିପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ା ଏନଏସି ପାଇଁ ୧୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ହେଉଛି ଭୋଟ ଗ୍ରହଣ । ସେହିପରି ଫୁଲବାଣୀରେ ୩ଟି ପିଙ୍କ ବୁଥ କରାଯାଇଥିବାବେଳେ ବାଲିଗୁଡ଼ା ଓ ଜି.ଉ ଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି । ଭୋଟଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେବେ ।
ଗୁରୁ ବାର ଫୁଲବାଣୀର ୨୫ହଜାର ୫୨୦ ଜଣ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ । ଗୋଟିଏ ଅଧ୍ୟକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ । ସେହିପରି ବାଲିଗୁଡା ଏନଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ଜି. ଭଦୟଗିରି ଏନଏସିରେ ୧୩ଟି ମତଦାନ କେନ୍ଦ୍ରର । ୮ ହଜାର ୧୮୫ ଜଣଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ ।

hiranchal ad1
Leave A Reply

Your email address will not be published.

ten − 3 =