ରାଜ୍ୟରେ ବଢିବନି ବିଦ୍ୟୁତ ଦର

0 68

ଭୁବନେଶ୍ୱର: ବିଦ୍ୟତ୍‌ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ OERC ସଚିବଙ୍କ ପ୍ରେସ୍‌ମିଟ୍‌ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ  ଅପରିବର୍ତ୍ତିତ ରହିବ ବିଦ୍ୟୁତ୍‌ ଦର । ଡିଜିଟାଲ୍‌ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଡିଜିଟାଲ୍‌ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି ମିଳୁଥିଲା । ଏଥି ସହିତ OPTCL ଟ୍ରାନ୍ସମିସନ୍‌ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି । ଡିସକମ୍‌ ପାଖରେ ଥିବା ଅର୍ଥକୁ ତାରିଫ୍‌ରେ ବାଲାନ୍ସ କରିଦିଆଯାଇଛି । ଏହି ଅର୍ଥକୁ ବ୍ୟବହାର କରି ଦର ଅପରିବର୍ତ୍ତିତ ରହିଛି । ଚଳିତ ବର୍ଷ ୧୯ ପଇସା ପାୱାର ପରଚେଜ୍‌ ଦରରେ ବୃଦ୍ଧି କରାଯାଇଛି । କିନ୍ତୁ ଏହି ବୃଦ୍ଧି ଖାଉଟିଙ୍କ ଉପରେ ଲାଗୁ କରାଯିବ ନାହିଁ ।

hiranchal ad1
Leave A Reply

Your email address will not be published.

twenty + twelve =