ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଦିନିକିଆ ଗଜପତି ଗ୍ରସ୍ତ

0 150

ପାରଳାଖେମୁଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ T.E. ଆପାଙ୍ଗ ଆଓ ପାରଳାଖେମୁଣ୍ଡି ଠାରେ ପହଞ୍ଚି ପ୍ରଥମେ କୋଭିଡ଼ି-19 ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କରୁଣା କର ରାଇକା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ମହେଶ ଚୌଧୁରୀ ଜିଲ୍ଲା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଅତିରିକ୍ତ ଉପ ଜିଲ୍ଲାପାଳ ଶେଷ ଦେବ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଗୁନୁ ରାଣି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

hiring

ସଭାର ପ୍ରାରମ୍ଭରେ ଜିଲ୍ଲା ପାଳ ସ୍ଥିତି ସହ କୋଭିଡ଼-19 କୁ ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପକୁ ଉପସ୍ଥାପନ କରିବା ସହ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କର ସଂଖ୍ୟା ଏବଂ ସେମାନଙ୍କ ର ଯତ୍ନ ଏବଂ ବ୍ୟବସ୍ଥା କୁ କିପରି ଭାବରେ ତଦାରଖ କରାଯାଇଛି ତାହା ଉପସ୍ଥାପନା କରିଥିଲେ। କମିଶନର ବର୍ତ୍ତମାନ ର ସ୍ଥିତି ବହୁତ ଭଲ ଥିବା ଦର୍ଶାଇ ଥିବା ସହ ଆଗାମୀ ଦିନରେ ଆସିବାକୁ ଥିବା ପ୍ରବାସୀ ଓଡିଆମାନଙ୍କର ଯତ୍ନ ଓ ସ୍ୱାସ୍ଥ୍ୟ ଅବସ୍ଥା କୁ କିପରି ତଦାରଖ କରାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶିଳ ହୋଇ କାମ କରିବାକୁ ପଡ଼ିବ ବୋଲି ଦର୍ଶାଇ ଥିଲେ।ପ୍ରତ୍ୟେକ ପଞ୍ଚାୟତ ସମିତିରେ କିପରି କଣ୍ଟ୍ରୋଲ ରୁମ ଠିକ ଭାବେ କାର୍ଯ୍ୟ କରିବ ତାହାକୁ ଗୁରୁତ୍ୱ ଦେବାଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜରୁରୀକାଳୀନ ପରିସ୍ଥିତି ରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଦାୟିତ୍ୱ କିପରି ଠିକ ଭାବେ ତୁଲାଇବେ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ଅନ୍ତଃରାଜ୍ୟ ଏବଂ ଗଞ୍ଜାମ ଜିଲ୍ଲାର ସୀମାରେ ନାକା ପଇଣ୍ଟ ଗୁଡିକ ଅଧିକ ଯତ୍ନବାନ ହୋଇ କାମ କଲେ ଆଗାମୀ ଦିନରେ ଅନୁପ୍ରବେଶକୁ ରୋକିବା ସହ କୋରନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମତ ଦେଇଥିଲେ । ଜିଲ୍ଲାରେ ଏକ ଅମ୍ଳଜାନ ପୂରଣ କରିବା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଙ୍କୁ ପରାମର୍ଶ ଦେଇଥିଲେ। ତାହା ପରେ କମିଶନର ଓଡ଼ିଶାରେ ପ୍ରଥମ କରି ପ୍ରସ୍ତୁତ ହୋଇଥିବା ସ୍ୱାବ ସଂଗୃହିତ ଭ୍ୟାନକୁ ଦେଖିବା ସହ ସେଥିରେ ଥିବା ପ୍ରତ୍ୟେକ ସୁବିଧା କୁ ପଚାରି ବୁଝିଥିଲେ । ପରି ଶେଷରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବୁଲି ଦେଖିବା ସହ ପୁର ଅଭିମୁଖେ ଫେରି ଯାଇଥିଲେ ମୋଟାମୋଟି ଭାବେ ଜିଲ୍ଲାରେ ଚାଲିଥିବା କୋଭିଡ଼ -19 କାର୍ଯ୍ୟକ୍ରମ ରେ ସନ୍ତୋଷ ପ୍ରକାଶ କରିଥିଲେ।

hiranchal ad1
Leave A Reply

Your email address will not be published.

one × five =