ପ୍ରତିଷ୍ଠା ହେବ ଆଦର୍ଶ ବରପୁତ୍ର ଗ୍ରାମ: ରାଜ୍ୟପାଳ

0 63

ଭୁବନେଶ୍ୱର:  ରାଜ୍ୟର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଦର୍ଶ ବରପୁତ୍ର ଗ୍ରାମ ପ୍ରତିଷ୍ଠା ହେବ ।  ବରପୁତ୍ର ଗ୍ରାମ ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ସଂକଳିତ ହୋଇଛି ବୋଲି  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।  ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ରାଜ୍ୟପାଳ ଗୃହରେ ନିଜର ଅଭିଭାଷଣ ରଖି ଏହା କହିଛନ୍ତି । 

hiring

ଏହି ଅବରରେ ସେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କହିଛନ୍ତି ଯେ ୨୦୨୧ରେ ଆଇନଶୃଙ୍ଖଳା ପରିସ୍ଥିତି  ମୋଟାମୋଟି ଶାନ୍ତିପୂର୍ଣ୍ଣ ।  ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢତାର ସହ ଦମନ କରାଯାଉଛି ।  ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି ।  ପୁଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ଜଣ ମାଓବାଦୀ ନିହତ ହୋଇଛନ୍ତି ।  ୧୯୪ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି । 

ସେହିପରି ୨୦୨୧ରୁ ୨୬୭ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି  ।  ୧୫୧ ଅନୈତିକ, ଅପାରଗ ଓ ଅସାଧୁ କର୍ମଚାରୀଙ୍କୁ ବିଦା କରାଯାଇଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି  ।

hiranchal ad1
Leave A Reply

Your email address will not be published.

ten + two =