କରୋନା ମଧ୍ୟରେ ଆମକୁ ଖେଳିବାକୁ ପଡ଼ିବ: ଗମ୍ଭୀର

0 90

ନୂଆଦିଲ୍ଲୀ : କରୋନା ସଂକ୍ରମଣ ନିୟନ୍ତ୍ରଣ ହେଲା ପରେ ମଧ୍ୟ କ୍ରିକେଟ୍ ନିୟମ ଓ ବ୍ୟବସ୍ଥାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବ ବୋଲି ଲାଗୁ ନାହିଁ । କରୋନା ବିପଦ ମଧ୍ୟରେ ହିଁ ଆମକୁ ବଞ୍ଚିବାକୁ ହେବ ଏବଂ ଖେଳିବାକୁ ପଡ଼ିବ । ସବୁ ଖେଳାଳି ଏବଂ ପ୍ରତ୍ୟେକ ବ୍ୟକ୍ତି ଏହାକୁ ମନ ଭିତରେ ଧାରଣ କରି ଆଗକୁ ବଢ଼ିବା ଆବଶ୍ୟକ । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । ସେ କହିଛନ୍ତି ଯେ, କୋଭିଡ୍‌-୧୯ ସମୟ ଅତିକ୍ରାନ୍ତ ହୋଇଯିବା ପରେ ଯେଉଁ କ୍ରିକେଟ୍ ଖେଳାଯିବ, ସେଥିରେ ଏକ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ମୁଁ ମନେ କରୁନାହିଁ । ଖେଳିଲା ବେଳେ ଖେଳାଳିମାନଙ୍କୁ ଏହା ଭାବିବାକୁ ପଡ଼ିବ ଯେ, ସେମାନଙ୍କ ଚାରିପାଖେ କରୋନା ବିପଦ ରହିଛି । କରୋନା ପରବର୍ତ୍ତୀ ସମୟରେ ବଲରେ କିଛିଟା ନୂଆ ବ୍ୟବସ୍ଥା କରିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବିଚାର କରୁଛି । ବଲ୍ ଯେପରି ଉଜ୍ୱଳ ଭାବେ ଦେଖାଯିବ ସେଥିପାଇଁ ତା\’ଉପରେ ଏକ କୃତ୍ରିମ ଉପାଦାନର ଆସ୍ତରଣ ଦିଆଯିବ । ତେବେ ନିୟମ ଓ ପ୍ରଚଳିତ ବ୍ୟବସ୍ଥାରେ ସେଭଳି କୌଣସି ଅଦଳବଦଳ ହେଲାଭଳି ଲାଗୁନାହିଁ । କରୋନାକୁ ନେଇ ଖେଳିବାକୁ ହେବ । ସେମାନେ ପରିସ୍ଥିତି ସହ ଅଭ୍ୟସ୍ତ ହେବାର ଅଭ୍ୟାସ ରଖିବାକୁ ହେବ । ଖେଳାଳିମାନେ ବଲ୍‌କୁ ଧରିବାରେ କୌଣସି ଅସୁବିଧା ହେବ ନାହିଁ । କାରଣ ତାହା ଉପରେ ଏକ ନିର୍ଦ୍ଦିଷ୍ଟ ଉପାଦାନର ଆସ୍ତରଣ ରହିଥିବ । ଯାହା ଖେଳାଳିଙ୍କୁ କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eight − five =