ପାକିସ୍ତାନରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଲା ଅଷ୍ଟ୍ରେଲିଆ

0 202

ଲାହୋର : ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଆଜି ଶେଷ ହୋଇଛି । ଶେଷ ମ୍ୟାଚରେ ଘରୋଇ ପାକିସ୍ତାନକୁ ୧୧୫ ରନରେ ହରାଇ ଅଷ୍ଟ୍ରେଲିଆ ଦୀର୍ଘ ୩୪ ବର୍ଷ ପରେ ପାକିସ୍ତାନରେ ଏକ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି । ମ୍ୟାଚ ଶେଷ ଅଧିବେଶନରେ ପାକିସ୍ତାନରୁ ହରାଇଥିବା ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ପାକିସ୍ତାନ ମାତ୍ର ୨୩୫ ରନ କରି ଅଲଆଉଟ୍‌ ହୋଇଯାଇଥିଲା । ୧୯୯୮ ମସିହା ପରେ ଏହା ଅଷ୍ଟ୍ରେଲିଆର ପ୍ରଥମ ପାକିସ୍ତାନ ଗସ୍ତ । ଏହି ଗସ୍ତରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜକୁ ଦଳ ୧-୦ରେ ଜିତିବାରେ ସକ୍ଷମ ହୋଇଛନ୍ତି ।
ଅଷ୍ଟ୍ରେଲିଆ ପ୍ରଥମ ଇନିିଂସରେ ୩୯୧ ରନ କରି ଆଲଆଉଟ୍‌ ହୋଇଯାଇଥିବା ବେଳେ ପାକିସ୍ତାନ ପ୍ରଥମ ଇନିଂସରେ ମାତ୍ର ୨୬୮ ରନ କରିବାକୁ ସକ୍ଷମ ହୋଇଥଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୨୩ ରନ ଅଗ୍ରଣ ହାସଲ କରି ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆ ଚତୁର୍ଥ ଦିନରେ ୩ ଉଇକେଟ ହରାଇ ୨୨୭ ରନ କରି ପାଳି ଘୋଷଣା କରିଥିଲା । ଏହି ମ୍ୟାଚ୍‌ ଜିତିବା ପାଇଁ ପାକିସ୍ତାନକୁ ୩୫୧ ରନ୍‌ ଆବଶ୍ୟକ ଥିଲା, କିନ୍ତୁ ସମସ୍ତ ୱିକେଟ୍‌ ହରାଇ ପାକିସ୍ତାନ ଦଳ ମାତ୍ର ୨୩୫ ରନ୍‌ ସ୍କୋର କରିପାରିଥିଲା । ଏଥି ସହିତ ତୃତୀୟ ମ୍ୟାଚ୍‌ରେ ୧୧୫ ରନ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା ।
୧୯୮୮ ମସିହାରୁ ପାକିସ୍ତାନରେ ଏହା ଅଷ୍‌ଟ୍ରେଲିଆର ପ୍ରଥମ ଟେଷ୍ଟ ସିରିଜ୍‌ ବିଜୟ । ଏହାପୂର୍ବରୁ ମାର୍କ ଟେଲରଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ସିରିଜରେ ପାକିସ୍ତାନକୁ ୧-୦ରେ ପରାସ୍ତ କରିଥିଲା ।
ଆଜି ପାକିସ୍ତାନ ଦଳ ୭୩ରେ କୌଣସି ଉଇକେଟ ନହରାଇ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଦଳ ପ୍ରଥମ ଦୁଇଟି ଇନିଂସ ଭଲ ଖେଳିଥିଲେ ମଧ୍ୟ ଶେଷ ଇନିଂସରେ ନାଥନ ଲିଓନ ଓ ଅଧିନାୟକ କ୍ୟୁମିନ୍ସ ପାକିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଲିଓନ ୫ଟି ଉଇକେଟ ନେଇଥିବା ବେଳେ କ୍ୟୁମିନ୍ସ ୩ ଉଇକେଟ ନେଇଥିଲେ । ପାକିସ୍ତାନ ପାଇଁ ଇମାମ-ଉଲ-ହକ (୭୦) ଏବଂ ଅଧିନାୟକ ବାବର ଆଜାମ (୫୫) ଅର୍ଦ୍ଧଶତକୀୟ ଶତକ ଖେଳିଥିଲେ କିନ୍ତୁ ବାକି ବ୍ୟାଟ୍ସମ୍ୟାନ କମିନ୍ସଙ୍କ ଓଲଟା ସୁଇଙ୍ଗ ଏବଂ ଲିୟନର ସ୍ପିନକୁ ସହି ପାରିନଥିଲେ ।
ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ଦ୍ୱାରା ପିଚ୍‌ ହାରାହାରିରୁ କମ୍‌ ରେଟିଂ ସହିତ ରାୱଲପିଣ୍ଡିରେ ପ୍ରଥମ ଟେଷ୍ଟ ଡ୍ର ରହିଥିଲା । କରାଚିରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ୧୦ ଘଣ୍ଟାରୁ ଅଧିକ ସମୟ ବ୍ୟାଟିଂ କରି ଅଧିନାୟକ ବାବର ଅଷ୍ଟ୍ରେଲିଆଠାରୁ ବିଜୟ ଛଡାଇ ନେଇଥିଲେ । ଶେଷର ଏହି ମ୍ୟାଚ ମଧ୍ୟ ଡ୍ରେ ଶେଷ ହୋଇଥିଲା ।

hiranchal ad1
Leave A Reply

Your email address will not be published.

18 − 11 =