ହରପ୍ରୀତ୍‌ଙ୍କୁ ଛଟପଟ କରାଉଛି କରୋନା

0 80

ରାୟପୁର : ରଣଜୀ କ୍ରିକେଟର ଅନ୍ୟତମ ଜଣାଶୁଣା ଚେହେରା ହେଉଛନ୍ତି ଛତିଶଗଡ଼ ସ୍କିପର ହରପ୍ରୀତ୍ ସିଂ ଭାଟ୍ଟିଆ । ପ୍ରତି ରଣଜୀ ସିଜିନ୍ ପରେ ସେ ସାଧାରଣତଃ ଇଂଳଣ୍ଡ ଯାଇ କ୍ଲବ କ୍ରିକେଟ୍ ଖେଳିଥାନ୍ତି । ସେଠାରୁ ଫେରିବା ପରେ ଦେଶ ଭିତରେ ଛୋଟମୋଟ ଟୁର୍ଣ୍ଣାମେଣ୍ଟ ଖେଳି ବେଶ୍ କିଛି ପୁରସ୍କାର ତଥା ଅର୍ଥରାଶି ଅର୍ଜନ କରିଥାନ୍ତି । କିନ୍ତୁ ଏବର୍ଷ କରୋନା ତାଙ୍କର ସବୁ ଯୋଜନାକୁ ଏପଟସେପଟ କରିଦେଇଛି । ଏବେ ନିଜର ରାୟଗୁର ସ୍ଥିତ୍ ଭଡ଼ା ଘରେ ଏକାକି ବସି ଛଟପଟ ହେଉଚନ୍ତି । କରୋନା ଯୋଗୁଁ ତାଙ୍କର ସମସ୍ତ କ୍ରିକେଟ୍ କାର୍ଯ୍ୟକ୍ରମ ଧୂଳିସାତ୍ ହୋଇଛି । ୨୮-ବର୍ଷୀୟ ଭାଟ୍ଟିଆ କହିଛନ୍ତି ଯେ, ଏହା ଏକ ଅତି କଦର୍ଯ୍ୟ ସମୟ । ମୋ ଜୀବନରେ ଏଭଳି ପରିସ୍ଥିତି ବା ସମୟ କେବେବି ଆସିନଥିଲା । ପରିସ୍ଥିତି ଏଭଳି ହୋଇଛି ଯେ, ଘର ଭିତରେ ବାନ୍ଧି ହୋଇ ରହିବାକୁ ପଡୁଛିୀ ବର୍ତ୍ତମାନ ମୋ ହାତରେ କୌଣସି ରୋଜଗାର ନାହିଂଁ । ସ୍ଥିତି କେବେ ସ୍ୱାଭାବିକ ହେବ ତାହା ଭଗବାନଙ୍କ ହିଁ ଜାଣନ୍ତି । ମୋତେ ଲାଗୁଛି ମୁଁ ଏକ ଅନିଶ୍ଚିତ ଭବିଷଞତ ଆଡକୁ ଗତି କରୁଛି । ଭାରତୀୟ କ୍ରିକେଟ୍ କାର୍ଯ୍ୟକ୍ରମ ପୁଣି କେବେ ସ୍ୱାଭାଭାବିକ ହେବ ସେ ସଂପର୍କରେ ବିସିସିଆଇ ପକ୍ଷରୁ ମଧ୍ୟ କିଛି ସ୍ପଷ୍ଟ କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

twelve + 15 =