ବିଜେପିର କୁନୁ ନାୟକ ନବରଙ୍ଗପୁର ପୌରାଧ୍ୟକ୍ଷ

0 94

ନବରଙ୍ଗପୁର: ପ୍ରଥମଥର ପାଇଁ ବିଜେପିର ପୌର ପରିଷଦ ଅଧ୍ୟକ୍ଷ ଦୁଇ ହଜାର ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ଜିତି ରେକର୍ଡ କରିଛି ବିଜେପି । ସତର ଗୋଟି ୱାର୍ଡ ମଧ୍ୟରୁ ବିଜେଡି ୯, ବିଜେପି ୬ ଓ ୨ ଟି ରେ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ଭାବେ ଜିତିଛନ୍ତି । ପୌର ଅଧ୍ୟକ୍ଷ ପଦ ଜିତିବା ପରେ ପ୍ରଥମ ପ୍ରତିକ୍ରିୟାରେ କୁନୁ ନାୟକ କହିଛନ୍ତି, ଯଶସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନବରଙ୍ଗପୁରବାସୀ ମୋ ଉପରେ ଭରସା କରି ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇଥିବାରୁ ସମସ୍ତଙ୍କୁ ପ୍ରଣାମ କରଛ଼ି । ବିଜେପିର ନିର୍ବାଚନୀ ସଂକଳ୍ପ ପତ୍ରରେ ଥିବା ସମସ୍ତ ୧୩ ଗୋଟି ପ୍ରତିଶ୍ରୁତି ଯଥା ସଡ଼କ, ନାଳ, ବିଜୁଳି, ପାନୀୟ ଜଳ ଯୋଗାଣ, ଆବାସ ଯୋଜନାରେ ସଫଳ ବଣ୍ଟନ, ବାଜର ରେ ଶୌଚାଳୟ, ଚାରିଗୋଟି ପୋଖରୀର ପୁନରୁଦ୍ଧାର, ସହରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପାର୍କର ପୁନରୁଦ୍ଧାର ଓ ବିଶେଷ କରି ଦୁର୍ନୀତି ନିବାରଣ କରିବା ଉପରେ ଜୋର ଦେବେ । କୁନୁ ନାୟକଙ୍କ ସହ ଛଅ ଗୋଟି ନବ ନିର୍ବାଚିତ କାଉନସିଲର, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଦେବଦାସ ମହଙ୍କୁଡ, ମୃତ୍ୟୁଞ୍ଜୟ ମହାରଣା, ମୃତ୍ୟୁଞ୍ଜୟ ଦାସ, ପିଣ୍ଟୁ ମିଶ୍ର, କାହ୍ନୁ ଦାସ, ମାନସ ତ୍ରୀପାଠୀ, ମିଶ୍ର ଓ ଅନ୍ୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × three =