କୋଣାର୍କ ଏନଏସି ପାଇଁ ଅଧ୍ୟକ୍ଷା ହେଲେ ବିଜେଡିର ସଂଯୁକ୍ତା ତ୍ରିପାଠୀ

0 63

ପୁରୀ,୨୬/୩- ପୁରୀ ଜିଲ୍ଲା କୋଣାର୍କ ଏନଏସିର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୁରୀ ଜିଲ୍ଲା କୋଣାର୍କ ଏନଏସି ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ୮୫୯ ଖଣ୍ଡ ଭୋଟରେ ବିଜୟୀ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ୩୩୪୫ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ଚନ୍ଦ୍ରିକା ରାଉତରାୟ ୨୪୮୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥିନୀ ରୂପାଲିନୀ ସ୍ୱାଇଁ ୨୪୨୭ ଭୋଟ ପାଇଛନ୍ତି । ସେହିପରି କୋଣାର୍କ ମୋଟ ୧୩ ଟି ୱାର୍ଡରୁ ବିଜେଡି ୭ଟି , କଂଗ୍ରେସ ୩ , ବିଜେପି ୨ , ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ପାଇଛନ୍ତି । ତେବେ ଆଗାମୀ ଦିନରେ କୋଣାର୍କ ଅଞ୍ଚଳ ଉନ୍ନତି ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ବୋଲି କୋଣାର୍କର ନବ ନିର୍ବାଚିତ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 1 =