ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

0 105

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦ୍ୱାରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋସଲି ଭାଷା ସାହିତ୍ୟର ସାମ୍ବିଧାନିକ ମାନ୍ୟତା ଦାବୀରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ପ୍ରତିଷ୍ଠାତା ଆବାହକ ଗୋରେଖନାଥ ସାହୁଙ୍କ ନେତୃତ୍ୱରେ କୋସଲି ଭାଷା ସାହିତ୍ୟର ସୁରକ୍ଷା ସହ ସାମ୍ବିଧାନିକ ସ୍ୱୀକୃତିକୁ ନେଇ ନାରାବାଜି କରିବା ସହ ଗଣ ଧାରଣାରେ ବସିଥିଲେ । କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା, କୋସଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ,କୋସଲି ଭାଷାକୁ ଓଡିଶାର ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ସହ ପଶ୍ଚିମ ଓଡିଶାର କୋସଲ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପରି ୪ଦଫା ଦାବୀକୁ ନେଇ ଏହି ଗଣ ଧାରଣା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଗଣଧାରଣାରେ ବ୍ରଜମୋହନ ଦାନୀ, ନାରାୟଣ ପ୍ରସାଦ ରାୟଗୁରୁ, ପ୍ରଦୀପ ପୁରୋହିତ, ବଳଦେବ ପ୍ରସାଦ ବେଦବାକ, ସୁଧିର ପଣ୍ଡା, ନିରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀ ନାରାୟଣ ସାହୁ, ସତ୍ୟନାରାୟଣ ସେଠି, ମୀନା ମହାରଣା, ଇନ୍ଦୁମତି ପୁରୋହିତ ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × two =