ଭାଙ୍ଗି ଯାଇଥିବା ପୋଲକୁ ମରାମତି ଦାବି

0 372

ବୌଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଠାରୁ ବୌଦ୍ଧବ୍ଲକର ଦହ୍ୟାକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲକୁ ମରାମତି କରିବାପାଇଁ ଦାବି ହେଉଛି । ବିଳାସପୁର ଠାରୁ ଖଇରହଣା ଦେଇ ଉକ୍ତ ରାସ୍ତା ମଶିଣାପଡାର ଲୋକେ ଯିବାଆସିବା କରିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଖଇରହଣା ଗ୍ରାମ ନିକଟରେ ବାଘବୁଢା ନାଳ ଉପରେ କିଛିବର୍ଷ ତଳେ ନିର୍ମିତ ହୋଇଥିବା ପୋଲର ଛାତ ଫାଟିଯାଇଥିବାରୁ ତାର ମରାମତି କରାଯିବାର ଆବଶ୍ୟକତା ରହିଛି । ଏହି ରାସ୍ତାଟି ଦୁଇଟି ବ୍ଲକର ଅଞ୍ଚଳ ମଧ୍ୟରେ ରହୁଥିବାରୁ ଉଭୟର ବ୍ଲକର ବିଡିଓମାନେ ସମନ୍ୱୟ ରକ୍ଷାକରି ରାସ୍ତା ଓ ପୋଲ ମରାମତି ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

nineteen − fourteen =