ଟିକାବାଲିରୁ ଆଠମଲ୍ଲିକ ପାଦରେ ଚାଲିଚାଲି ଯାଉଛନ୍ତି ଶ୍ରମିକ

0 552

ବୌଦ୍ଧ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ କାମ କରିବାପାଇଁ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳକୁ ଯାଇଥିବା ୪ଜଣ ଶ୍ରମିକ ପାଦରେ ଚାଲିଚାଲି ନିଜଘରକୁ ଫେରିଥିବା ତିଲେଶ୍ୱର ନିକଟରେ ଦେଖିବାକୁ ମିଳିଥିଲା । ସେମାନଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ କନ୍ଧମାଳ ଜିଲ୍ଲା ଟିକାବାଲି ନିକଟରେ ଥିବା ଏକ ପାଉଁଶ ଇଟା ତିଆରି କାରଖାନାରେ କାମ କରୁଥିଲେ । ଲକଡାଉନରେ କାମଧନ୍ଦା କାରଖାନାରେ ବନ୍ଦ ଥିବାରୁ ଅଟକି ରହିଥିଲେ । ଏବେ ସେମାନେ ନିଜ ଗ୍ରାମ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲିପଢିଙ୍ଗାକୁ ପାଦରେ ଚାଲିଚାଲି ଫେରୁଛନ୍ତି । ସେମାନେ ପୁରୁଣାକଟକ-ଧଳପୁର ରାସ୍ତାରେ ଯାଉଥିବାବେଳେ ତିଲେଶ୍ୱରରେ କିଛି ସ୍ୱେଚ୍ଛାସେବୀ ଯୁବକ ସେମାନଙ୍କୁ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଖାଇବାକୁ ଦେଇଥିଲେ । ଶ୍ରମିକମାନେ ମହାନଦୀର ଧଳପୁର-ଆଠମଲ୍ଲିକ ଘାଟରେ ନଦୀପାର ହୋଇ ନିଜ ଗ୍ରାମ ଲିପତିଙ୍ଗାକୁ ଯିବାର ଯୋଜନା କରିଥିବା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 18 =