ହାତୀ ଆକ୍ରମଣରେ ମହିଳା ଗୁରୁତର ଆହତ

0 105

ସମ୍ବଲପୁର :ଜୀବନ ଜୀବିକା ପାଇଁ କେନ୍ଦୁପତ୍ର ସ°ଗ୍ରହ କରୁଥିବା ସମୟରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ରେଢାଖୋଲ ବନଖଣ୍ଡର ବଡବାହାଲ ରେଞ୍ଜ ଅନ୍ତର୍ଗତ ଶିଶୁପର୍ଣ୍ଣ ଗାଁର ଲିଲି ସାହୁ (୨୪) ଗତକାଲି ରବିବାର ଦିନ କେନ୍ଦୁପତ୍ର ସ°ଗ୍ରହ ପାଇଁ ନିକଟସ୍ଥ ଆଟ ପଡିଆକୁ ଯାଇଥିଲେ । ସେଠାରେ ତାଙ୍କୁ ହଠାତ ଏକ ହାତୀ ଆକ୍ରମଣ ଶିକାର କଲା ଓ ସେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଆଖପାଖ ଲୋକେ ସେଠାରେ ପହଞ୍ଚି ଥିଲେ । ଅନେକ ଲୋକ ଙ୍କୁ ଦେଖି ସେଠାରୁ ପଳାଇ ଯାଇଥିଲା ଓ ଗୁରୁତର ଆହତ ଅବସ୍ଥାରେ ଲିଲିକୁ ଲୋକମାନେ ସେଠାରୁ ଚିକିତ୍ସା ପାଇଁ ସ୍ଥାନୀୟ ରେଢାଖୋଲ ସରକାରୀ କୁ ଆଣିଥିଲେ । ଏହି ଖବର ପାଇ ବନବିଭାଗ ପକ୍ଷରୁ ଫରେଷ୍ଟର ଶ୍ରୀବତ୍ସ କିସାନ ହସ୍ପିଟାଲ ପହଞ୍ଚି ତାଙ୍କ ହାଲଚାଲ ବୁଝିବା ସହିତ ସଙ୍ଗେ ସଙ୍ଗେ ଚିକିତ୍ସାଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଦେଇଥିଲେ । ସେ ପୁଣି କହିଥିଲେ ଯେ ଏବିଷୟରେ ବନବିଭାଗ କୁ ଲିଖିତ ରୂପେ ଜଣାଇଲା ପରେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରାଯିବ । ଜଣେ କେନ୍ଦୁପତ୍ର ତୋଳାଳା ରୂପେ କେନ୍ଦୁପତ୍ର ବିଭାଗ ପକ୍ଷରୁ ଆର୍ଥିକ ସାହାଯ୍ୟ ମିଳିବ ବୋଲି ସେଠାରୁ ସୂଚନା ମିଳିଛି । ପ୍ରଚଣ୍ଡ ଖରାରେ ଘଞ୍ଚ ବନ ଭିତରେ ଖାଦ୍ୟାଭାବ ସହିତ ପିଇବା ପାଣି ଅଭାବ ଯୋଗୁଁ ବନ୍ୟଜନ୍ତୁ ଓ ବିଶେଷ କରି ହାତୀ ବର୍ତ୍ତମାନ ଜନବସତି ପାଖକୁ ଚାଲି ଆସୁଛନ୍ତି ଓ ଅନେକ ସମୟରେ ସ୍ଥାନୀୟ ଲୋକେ ସେମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି, ଯାହାକି ନିସନ୍ଦେହ ଚିନ୍ତା ର ବିଷୟ ।

hiranchal ad1
Leave A Reply

Your email address will not be published.

5 + three =