ନୂଆଦିଲ୍ଲୀ : ରାଜ୍ୟ ସରକାରମାନେ କରୋନା ସଂକଟ ମୁକାବିଲାରେ ମହତ୍ୱପୂର୍ଣ୍ଣ ଭୂମିକା ପାଳନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହ ପ୍ରତିଟି ମୁହୂର୍ତ୍ତରେ ହାତକୁ ହାତ ମିଳାଇ ସେମାନେ କାମ କରୁଛନ୍ତି । ନିଜ ରାଜ୍ୟର ସ୍ଥିତି ନିୟନ୍ତ୍ରଣ କରୁଥିବା ବେଳେ କେନ୍ଦ୍ରକୁ ମଧ୍ୟ ଏହି କାର୍ଯ୍ୟରେ ଅଦ୍ଭୁତପୂର୍ବ ସହଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାରମାନଙ୍କ ପରାମର୍ଶ ଆଧାରରେ ହିଁ କେନ୍ଦ୍ର ସରକାର ପରବର୍ତ୍ତୀ ରଣନୀତି ତଥା ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଆଜି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ।