ବୌଦ୍ଧ : ଗତକାଲି ତିନିଜଣଙ୍କ ପାଖରେ କରୋନା ପଜିଟି ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରେ କରୋନା ଭୂତାଣୁ ବାହାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୂତନ କରୋନା ରୋଗୀ ଜଣକ ସୁରଟ ଫେରନ୍ତା ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେରହିଥିଲେ । ଆକ୍ରାନ୍ତ ବ୍ୟକ୍ତି ଜଣକ ବଘିଆପଡା ଗ୍ରାମ ପଞ୍ଚାୟତ ଅଂଚଳର ବୋଲି ଜଣାପଡିଛି । ତାଙ୍କର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ସକାଶେ ପ୍ରଶାସନ ପ୍ରସ୍ତୁତି ଚଳାଇଥିଲା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ୨୦ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୭ ହୋଇଥିବା ବେଳେ ସୁନ୍ଦରଗଡ ୨ଜଣ ଓ ବୌଦ୍ଧ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ୧୪ରେ ପହଞ୍ଚିଛି ।